ମୁମ୍ବାଇର ଏକ ଷ୍ଟୁଡିଓରେ ପଣବନ୍ଦୀ ଥିବା ୨୦ ଶିଶୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ଅପରାଧ ମନୋରଞ୍ଜନ
Spread the love

ମୁମ୍ବାଇ,୩୦/୧୦ : ମୁମ୍ବାଇର ପୱାଇ ଅଞ୍ଚଳରେ ଏକ ଅତ୍ୟନ୍ତ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଡିସନ ବାହାନାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏକ ଷ୍ଟୁଡିଓରେ ପ୍ରାୟ ୨୦ ଶିଶୁଙ୍କୁ ବନ୍ଧକ ରଖିଥିଲା । ତେବେ ପୁଲିସ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁସାରେ ରୋହିତ ଆର୍ଯ୍ୟା (Rohit Arya) ନାମକ ଏହି ବ୍ୟକ୍ତି ଶିଶୁମାନଙ୍କୁ ପବଇସ୍ଥିତ RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲା । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କେତେକ ଲୋକଙ୍କୁ ଭେଟିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ସମଗ୍ର ଷ୍ଟୁଡିଓକୁ ଜଳାଇଦେବାକୁ ଧମକ ଦେଇଥିଲା । ଖବର ପାଇଁ ପୁଲିସ ସେଠାରେ ପହଞ୍ଚିବା ସହ ପିଲାଙ୍କୁ ଉଦ୍ଧାର କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ପୱାଇ ପୋଲିସ ଷ୍ଟେସନକୁ ନେଇଛି ଏବଂ ବର୍ତ୍ତମାନ ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ ଗତ ଚାରିରୁ ପାଞ୍ଚ ଦିନ ଧରି ଷ୍ଟୁଡିଓରେ ଅଡିସନ୍ ଚାଲିଥିଲା। ଆଜି ୧୦୦ ଜଣ ପିଲା ଅଡିସନ୍ ପାଇଁ ଆସିଥିଲେ। ଅଭିଯୁକ୍ତ ରୋହିତ ୮୦ ଜଣ ପିଲାଙ୍କୁ ଘରକୁ ପଠାଇ ଦେଇଥିଲା, କିନ୍ତୁ ବାକି ୨୦ ଜଣଙ୍କୁ ଷ୍ଟୁଡିଓ ଭିତରେ ଥିବା ଏକ କୋଠରୀରେ ବନ୍ଦ କରି ଦେଇଥିଲା। ଏହି ପିଲାମାନେ ଝରକା ଦେଇ ଦେଖୁଥିଲେ। ପିଲାମାନଙ୍କୁ ବନ୍ଦୀ ରଖିବା ଘଟଣା ଜଣାପଡିବା ମାତ୍ରେ ଷ୍ଟୁଡିଓ ବାହାରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *