୪୦୦ କୋଟି ବାକି, ୬୦୦ ହସ୍ପିଟାଲ ବନ୍ଦ କରିବେ ଆୟୁଷ୍ମାନ ଭାରତ ସେବା

୪୦୦ କୋଟି ଟଙ୍କା ବକେୟା ଥିବାରୁ ହରିୟାଣାର ୬୦୦ ଘରୋଇ ହସ୍ପିଟାଲ ଫେବୃଆରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଦେୟରେ ବିଳମ୍ବ ଯୋଗୁଁ ହସ୍ପିଟାଲଗୁଡ଼ିକ ସେମାନଙ୍କ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି। ୨୦୧୮ରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତରେ ହରିୟାଣାର ପ୍ରାୟ ୧.୨ କୋଟି ହିତାଧିକାରୀଙ୍କ ପାଇଁ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବର୍ଷର ଶିଶୁ ପୁତ୍ରକୁ ମାରିଦେଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା  ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ତାଙ୍କ ଗ୍ରାମର ଚନ୍ଦନ ମୁଣ୍ଡା ସହିତ ଏକ କଥାକୁ ନେଇ ବିବାଦ ଥିଲା । ଏହାକୁ ଶ୍ରୀତମ ମୁଣ୍ଡା ରାଗ ରଖିଥିଲା । ପ୍ରତିଶୋଧର ବାହାନା […]

ସଂପୂର୍ଣ୍ଣ ପଢନ୍ତୁ

ଫାଇନାନ୍ସ କର୍ମଚାରୀ ଅପହରଣ ମାମଲା, ୨ ଗିରଫ

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲା । ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ । ଗତକାଲି ଅଟକ ଥିବା ଜଣେ ଯୁବକଙ୍କ ସହ ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ କୁ ଗିରଫ କରିଛି ପୋଲିସ । ବାଡ଼ିପଟେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ମହିଳାଙ୍କୁ ଗିରଫ ପୋଲିସ । ପ୍ରାୟ ୧ ଏକରରୁ ଉର୍ଦ୍ଧ୍ବ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ସେପଟେ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛି […]

ସଂପୂର୍ଣ୍ଣ ପଢନ୍ତୁ

ନିରଞ୍ଜନଙ୍କ ଘରୁ ଚୋରୀ : ଦୁଇଦିନ ବିତିଲା, ଟେର ପାଉନି ପୋଲିସ୍‌

ଭୁବନେଶ୍ବର : ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ହୋଇଥିଲା। ଏହି ଘଟଣାକୁ ବିତିଲାଣି ୨ ଦିନ। ଚୋରିର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଛି। ତଥାପି ଧରାପଡୁନି ମୁଖାପିନ୍ଧା ଲୁଟେରା। କୁଆଡେ ଗଲା ଚୋର, ଟେର୍ ପାଉନି ପୋଲିସ। ଲୁଟେରାକୁ ଧରିବାକୁ ଡିସିପିଙ୍କଠାରୁ ଆରମ୍ଭ କରି ପୋଲିସ କମିଶନର ନୟାନ୍ତ ହେଲେଣି। ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ଆଉ ୪ ଦିନ ପରେ ସରିବ ଇ-କେୱାଇସି ଅପଡେଟ୍: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଯଦି ସମୟ ସୁଦ୍ଧା ଏହା ନସରେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୪୦ ଲକ୍ଷ ୪୦ ହଜାର ୮୬୪ ରାସନ କାର୍ଡ ହିତାଧିକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ଯୋଜନାବଦ୍ଧ ସହର ସଂଖ୍ୟା ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ଓଡିଶା ସରକାରଙ୍କ ଯୋଜନା: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବିକଶିତ ଓଡ଼ିଶା ୨୦୩୬ର ଦୃଷ୍ଟିକୋଣ ଅନୁଯାୟୀ ଯୋଜନାବଦ୍ଧ ସହର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ଓଡ଼ିଶା ସରକାର ରଖିଛନ୍ତି। ଏସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୋମବାର କହିଛନ୍ତି। ଭୁବନେଶ୍ୱରରେ ତାଙ୍କ ବିଭାଗ ଅଧୀନରେ ଥିବା ବିକାଶ କର୍ତ୍ତୃପକ୍ଷଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ପାଇଁ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଓଡିଶାର ସାମଗ୍ରିକ ପ୍ରଗତିରେ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନ, ଓଡିଶାର ସହରାଞ୍ଚଳର […]

ସଂପୂର୍ଣ୍ଣ ପଢନ୍ତୁ

ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ୨ ଗୁରୁତର

ବ୍ରହ୍ମଗିରି: ସୋମବାର ଅପରାହ୍ନରେ ମଝି ଚିଲିକାରେ ଦୁଇଟି ପର୍ଯ୍ୟଟକ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଡଙ୍ଗାରେ ଥିବା ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅପରାହ୍ନରେ ସାତପଡାରୁ ଏକ ପର୍ଯ୍ୟଟକ ଡଙ୍ଗାରେ ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଚିଲିକା ବୁଲିବାକୁ ଯାଇଥିଲେ । ପର୍ଯ୍ୟଟକ ଡଙ୍ଗାରେ ଚିଲିକା ବୁଲିବା ବେଳେ ପୂର୍ବରୁ ଚିଲିକାରେ ବୁଲୁଥିବା ଅନ୍ୟ ଏକ ପର୍ଯ୍ୟଟକ ଡଙ୍ଗା ସହିତ ସାମନା ପଟୁ ଧକ୍କା ହୋଇଥିଲା । ପୂର୍ବରୁ ବୁଲୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ନକ୍ସଲ ହିଂସା: ଗ୍ରାମବାସୀକୁ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଏବେ ନକ୍ସଲ ପୁଲିସର ଘନ ଘନ ଆକ୍ରମଣରେ ଲୁଚିବାକୁ ପ୍ରୟାସ କରୁଛନ୍ତି। ନିଜର କ୍ଷତି ଦେଖି ନକ୍ସଲ ଏବେ ହଡବଡେଇ ଯାଉଛନ୍ତି। ଲୋକଙ୍କ ମନରେ ଭୟ ଜାତ କରିବା ପାଇଁ ନକ୍ସଲ କାପୁରୁଷତା କାମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ନକ୍ସଲ ଜଣେ ଗ୍ରାମବାସୀକୁ ହତ୍ୟା କରି ପୁଲିସ ଇନଫର୍ମର ବୋଲି ଦର୍ଶାଇଛନ୍ତି। ଗୋଟିଏ ପଟେ ଯବାନ ନକ୍ସଲଙ୍କୁ ଖୋଜି ଖୋଜି ମାରୁଥିବା ବେଳେ ନକ୍ସଲ ନିଜର ପତିଆରା ଜାହିର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରୟାଗରାଜକୁ କୋରାପୁଟରୁ ଗଢ଼ିଲା ସରକାରୀ ବସ୍

କୋରାପୁଟ: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମହାକୁମ୍ଭମେଳା ପାଇଁ ସ୍ଵତନ୍ତ୍ର ଡବଲ ଏକ୍ସଲ ଭଲବୋ ବସ୍ ସେବାର ଆୟୋଜନ କରିଛନ୍ତି। ସୋମବାର କୋରାପୁଟରୁ ପ୍ରୟାଗରାଜକୁ ଏକ ସରକାରୀ ବସ୍‌ର ଶୁଭାରମ୍ଭ କରାଯାଇଛି। ଏହି ବସ୍ କୋରାପୁଟରୁ ଅଯୋଧ୍ୟା ଚଳାଚଳ କରିବ। କୋରାପୁଟ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କର୍ଷ ଓଡିଶା କନକ୍ଲେଭରେ ରାଜ୍ୟକୁ ଛୁଟିବ ନିବେଶର ସୁଅ

ଭୁବନେଶ୍ବର : ଉତ୍ସାହିତ ଓଡ଼ିଶା, ଉତ୍ସାହିତ ଶିଳ୍ପସଂଘ। କାଲିଠୁ ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ବଡ଼ କଥା ହେଉଛି ପ୍ରଥମଥର ପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାରେ ଆୟୋଜିତ ଏ ଶିଳ୍ପପତି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା ବେଳେ ଶିଳ୍ପମନ୍ତ୍ରୀ କହିଛନ୍ତି, ଏଇ କନକ୍ଲେଭ୍ ଶେଷରେ ଗଙ୍ଗା ସ୍ରୋତ ଭଳି ଓଡ଼ିଶାକୁ ଛୁଟିବ ନିବେଶକଙ୍କ ସୁଅ। ରାତି ପାହିଲେ […]

ସଂପୂର୍ଣ୍ଣ ପଢନ୍ତୁ