ପାରାଦ୍ବୀପରେ ପ୍ରତିଷ୍ଠା ହେବ ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର

ଭୁବନେଶ୍ବର: ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ଭଙ୍ଗା କେନ୍ଦ୍ର। ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁରୁଣା ଜାହାଜ ଗୁଡିକୁ ଭଙ୍ଗାଯାଇ ସେଥିରୁ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଆଦି ବାହାର କରାଯାଇ ସେଥିରୁ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରାଯିବ। ଏହି ଜାହାଜ ଭଙ୍ଗା କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ

ମହାକୁମ୍ଭରୁ ମାଲାମାଲ ହେବ ୟୁପି, ରାଜ୍ୟ ଆୟ କରିବ ୨ ଲକ୍ଷ କୋଟି!

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି। ଏହାଦ୍ୱାରା ମାଲାମାଲ ହେବ ଉତ୍ତର ପ୍ରଦେଶ। ବଢ଼ିବ ରାଜସ୍ୱ। ପ୍ରାୟ ୪ ହଜାର ହେକ୍ଟର ଜମିରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରେସର ବୋମା ବିସ୍ଫୋରଣ: ୨ ଯବାନ ଓ ଜଣେ ଶିଶୁକନ୍ୟା ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ତିମାପୁର ଗାଁରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ଜଣେ ୧୦ ବର୍ଷର ଶିଶୁକନ୍ୟା ହୋଇଛନ୍ତି। ତିମାପୁର ଗ୍ରାମର ସୋଡି ମଲେ(୧୦) ଜଙ୍ଗଲ ଦେଇ ଆସୁଥିବା ବେଳେ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ସୁକମା ମେଡିକାଲରେ ଚିକିତ୍ସା ଲାଗି ଶିଶୁକନ୍ୟାଙ୍କୁ ଭର୍ତ୍ତି କରିଥିଲେ। ନକ୍ସଲ ଜଙ୍ଗଲର ସ୍ଥାନେ ସ୍ଥାନେ ବୋମା […]

ସଂପୂର୍ଣ୍ଣ ପଢନ୍ତୁ

ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’

ବାରିପଦା: ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’ । ୬୬ ବର୍ଷ ବୟସରେ ଚହଲାରେ ‘ମହେନ୍ଦ୍ର’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ଥିଲା ‘ମହେନ୍ଦ୍ର’ । ଅନେକ ଦିନ ଧରି ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି । ଆଜି ଏକ ଡ଼ାକ୍ତରୀ ଟିମ୍ ଚହଲାରେ ପହଞ୍ଚି ବ୍ୟବଚ୍ଛେଦ କଲା ପରେ ମହେନ୍ଦ୍ରର ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, […]

ସଂପୂର୍ଣ୍ଣ ପଢନ୍ତୁ

କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଘୋଷଣା କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର-ତୁନ୍ଦଲା-ଭୁବନେଶ୍ୱର କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲା ଦେଇ ଯିବ। ସେହିପରି ପୁରୀ-ତୁନ୍ଦଲା-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଦେଇ ଚଳାଚଳ କରିବ। ଟିଟିଲାଗଡ଼଼ା-ତୁନ୍ଦଲା-ଟିଟିଲାଗଡ଼଼ କୁମ୍ଭମେଳା ସ୍ୱତନ୍ତ୍ର ଏକ୍ସପ୍ରେସ ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଦେଇ ଯିବାକୁ ଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । କିର୍ମିରା ଅନାସ୍ଥାକୁ ନେଇ ସୃଷ୍ଟି ହୋଇଥିବା ହାଇ ଭୋଲଟେଜ ଡ୍ରାମା ଓ ତତ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ଘଟଣାକୁ କେନ୍ଦ୍ର କରି ବିଜେଡିର ଏକ ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଥିଲା। ଆଜି ଏହି ଟିମ୍ ଝାରସୁଗୁଡ଼ା ରେ ପହଞ୍ଚିବା ପରେ ଏକ ହୋଟେଲରେ ସମୃକ୍ତ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଘଟଣା ସମ୍ପର୍କରେ ସବିଶେଷ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ କୋଇଲା ଖଣି ବିସ୍ଫୋରଣ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପାକିସ୍ତାନରେ ମିଥେନ୍ ଗ୍ୟାସ୍ ଯୋଗୁ ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ବେଲୁଚିସ୍ତାନ ପ୍ରଦେଶର କୋଇଲା ଖଣିରୁ ଉଦ୍ଧାରକାରୀମାନେ ଆଉ ୭ଟି ମୃତଦେହ ଉଦ୍ଧାର କରିଥିଲେ। ପ୍ରଦେଶ ଖଣି ବିଭାଗର ମୁଖ୍ୟ ଅବଦୁଲ୍ଲା ଶାଓ୍ଵାନି କହିଛନ୍ତି, ଗତକାଲି ରାତି ସୁଦ୍ଧା ୧୧ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାରକାରୀ କର୍ମଚାରୀମାନେ ଏବେ ବି ଭୁଶୁଡ଼ି ପଡ଼ିଥିବା ଖଣି ଭିତରେ ଶ୍ରମିକଙ୍କୁ ଖୋଜୁଛନ୍ତି। ଉପଯୁକ୍ତ ଖଣି ନିୟମ ପାଳନ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ଵର : ଖୁସି ଖବର ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।  ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।  ହେଲେ ଏଥିପାଇଁ ସେମାନଙ୍କୁ କେବଳ ଅନଲାଇନରେ ନିଜର ନିଶୁଲ୍କ ପଞ୍ଜୀକରଣ କରିବାକୁ ପଡିବ । ଲୋକମାନେ ଓଡ଼ିଶା ରାଜଭବନ […]

ସଂପୂର୍ଣ୍ଣ ପଢନ୍ତୁ

ଥମୁନି ଆମେରିକାରେ ନିଆଁ, ହଜାର ହଜାର ପଶୁପକ୍ଷୀ ମୃତ

ଆମେରିକାରେ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ୫ ଜଣ ପାଲିସଡେସ୍ ଅଗ୍ନିଶମ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଇଟନ୍ ଫାୟାର ଜୋନରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଲସ୍ ଏଞ୍ଜେଲସ୍ ଆଖପାଖ ଅଞ୍ଚଳରେ ନିଆଁ ଜଳୁଛି, ଯେଉଁଥିରେ ଇଟନ୍, ହର୍ଷ୍ଟ, କେନେଥ୍ ଏବଂ ପାଲିସାଡେସ୍ ଅଗ୍ନିକାଣ୍ଡ ସମେତ ଅନ୍ୟୂନ ୪ଟି ବଡ଼ ଅଗ୍ନିକାଣ୍ଡ ଘଟିଛି, ଯାହା ପ୍ରାୟ ୩୮,୨୭୬ ଏକର ଜମିରେ ବ୍ୟାପିଛି। ୨ଟି ନିଆଁକୁ […]

ସଂପୂର୍ଣ୍ଣ ପଢନ୍ତୁ

ଗହୀରମଥା ଗଭୀର ସମୁଦ୍ର ମଧ୍ୟରେ ଫୁଟିଲା ଗୁଳି, ୮ ମତ୍ସ୍ୟଜୀବୀଙ୍କୁ ବନ୍ଧୁକ ମୁନରେ ଛଡାଇ ନେଲେ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ଫୁଟିଲା ଗୁଳି । ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ । ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲେ ।  ଏହି  ସମୟରେ ୬ ଟି ଟ୍ରଲରେ ମାଛ ମାଫିଆମାନେ ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ  […]

ସଂପୂର୍ଣ୍ଣ ପଢନ୍ତୁ