ଦିଲ୍ଲୀ ଭୋଟରଙ୍କୁ ମାଗଣା ବିଜୁଳି ଓ ପାଣି ପ୍ରତିଶ୍ରୁତି ଦେବ ବିଜେପି!

ଦିଲ୍ଲୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ୩୦୦ ୟୁନିଟ ଯାଏ ମାଗଣା ବିଜୁଳି, ମାଗଣାରେ ପାଇପ ପାଣି ଓ ଲାଡଲି ବେହନା ଭଳି ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଇପାରେ। ଏହା ବ୍ୟତୀତ କ୍ଷମତା ଦଖଲ ପରେ ବିଜେପି ମନ୍ଦିର, ଗୁରୁଦ୍ୱାର ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ୫୦୦ ୟୁନିଟ ଯାଏ ମାଗଣା ବିଜୁଳି ବ୍ୟବସ୍ଥା ମଧ୍ୟ ଲାଗୁ କରିବାର ସୂଚନା ମିଳିଛି। ପ୍ରସ୍ତାବିତ ଲାଡଲି ବେହନା ଭଳି ଯୋଜନା ଉପରେ ସମସ୍ତଙ୍କର ଫୋକସ ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଙ୍କ ସାମନାରୁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍

ରାଉରକେଲା: ବ୍ୟାଙ୍କ ସାମନାରୁ ୫ ଲକ୍ଷ ଟଙ୍କା ଲୁଟ । ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ହୋଇଛି ଲୁଟ। ସେ  ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଛନ୍ତି। ରାଉରକେଲାର ସେକ୍ଟର ୧୯ ସ୍ଥିତ ଏସ୍‌ବିଆଇ ସମ୍ମୁଖରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଲୁଟ୍‌ର ଶିକାର ହୋଇଥିବା ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାଁ ସୁଶୀଲ ମାଝୀ। ରାଜଗାଙ୍ଗପୁରର କୁକୁଡ଼ା […]

ସଂପୂର୍ଣ୍ଣ ପଢନ୍ତୁ

Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍‌; IT ଓ ପୁଲିସ୍‌ ଚଢ଼ଉ

ଭୁବନେଶ୍ୱର: ପ୍ରତିଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ଠକେଇ ରାଣୀ ହଂସିକାଙ୍କର ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ରହିଛି ୩ଟି ଫ୍ଲାଟ୍‌। କିନ୍ତୁ ସେ ରହୁଥିଲେ ୭୦୩ ନମ୍ୱର ଫ୍ଲାଟ୍‌ରେ। ଅଭିଯୋଗ ହେଉଛି ଅନୀଲ ମହାନ୍ତିଙ୍କ ସହ ସେ ସେହି ଫ୍ଲାଟ୍‌ରେ ରହୁଥିଲେ। ଆଜି ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ କରିଛି ଆୟକର ବିଭାଗ(IT) ଓ କମିସନରେଟ୍‌ ପୁଲିସ୍‌। ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଚର୍ଚ୍ଚା ହେଉଛି। ଠକେଇ ରାଣୀ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ପର୍ଯ୍ୟଟନ ଟ୍ରେନ୍, ଯାହାକି ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ, ଏହି ଟ୍ରେନରେ ୪୫ରୁ ୬୫ ବର୍ଷ ବୟସର ପ୍ରବାସୀ […]

ସଂପୂର୍ଣ୍ଣ ପଢନ୍ତୁ

‘ଇଣ୍ଡିଆ’ ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା

ଦିଲ୍ଲୀ ବିଧାନସଭା ନିର୍ବଚନରେ ‘ଇଣ୍ଡିଆ’ ମେଣ୍ଟ ଫାଟି ଆଁ କଲାଣି। ପ୍ରଥମେ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ। ଏବେ ବିରୋଧୀ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ କଂଗ୍ରେସକୁ ଏକପାଖିଆ କରି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି। ଅବଦୁଲ୍ଲା କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଯେହେତୁ […]

ସଂପୂର୍ଣ୍ଣ ପଢନ୍ତୁ

‘ସହଦେବ ନାୟକଙ୍କ ପରିବାରକୁ ୧ କୋଟି ସହାୟତା ସହ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯାଉ’

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବାର ମାତ୍ର ଦଶ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ ମୃତ ସହଦେବଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ, ସହଦେବଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ସହ ତାଙ୍କ ପତ୍ନୀଙ୍କୁ ଚାକିରି ପ୍ରଦାନ କରିବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ବର୍ଷକ ଭିତରେ ଓଡ଼ିଶା ହେବ ଆଇଟି ହବ୍, ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ : କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

ଭୁବନେଶ୍ୱର : ବର୍ଷକ ଭିତରେ ଓଡ଼ିଶା ହେବ ଆଇଟି ହବ୍  । ବିରାଟ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି 4.0 କ୍ଷେତ୍ର ପାଇଁ ଯୁବକ ଯୁବତୀମାନଙ୍କୁ ପାରଙ୍ଗମ କରାଯିବ । ଓଡ଼ିଶାକୁ ବିରାଟ ଆଇଟି ହବରେ ପରିଣତ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି ।  ଏନେଇ ଦୁଇ ତିନି ମାସ ଭିତରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ […]

ସଂପୂର୍ଣ୍ଣ ପଢନ୍ତୁ

୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ: ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବା ସହ ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା  ୪୯ ଲକ୍ଷ ହିତାଧିକାରୀ  ଇ-କେୱାଇସି  କରିନାହାନ୍ତି । ଇ-କେୱାଇସି ସରିବା ପରେ  ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ। ସୂଚନା ଅନୁସାରେ ଅଗଷ୍ଟ ମାସରୁ ରାସନ […]

ସଂପୂର୍ଣ୍ଣ ପଢନ୍ତୁ

ବିଷ ପିଇ ଦେଲେ ଆନ୍ଦୋଳନ କରୁଥିବା ଚାଷୀ, ହସ୍ପିଟାଲରେ ଚାଲିଗଲା ଜୀବନ

ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ବର୍ଡରରେ ଆନ୍ଦୋଳନ କରୁଥିବା ଜଣେ ୫୫ ବର୍ଷୀୟ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ସେ ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୩ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଟିଛି। ଶମ୍ଭୁ ସୀମାନ୍ତରେ ଚାଷୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରେ ୫୫ ବର୍ଷୀୟ ରେଶମ ସିଂହ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବାସୀଙ୍କୁ ଭାରତୀୟଙ୍କୁ ମୋଦି କଲେ ଅପିଲ୍: କହିଲେ, ‘ଲୋକାଲକୁ ଗ୍ଲୋବାଲ କରାନ୍ତୁ’

ଭୁବନେଶ୍ବର: ଆଜି ୧୮ତମ ପ୍ରବାସୀ ଭାରତୀୟ ସମ୍ମେଳନୀର ଦ୍ବିତୀୟ ଦିନରେ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେମାନଙ୍କ ପାଇଁ କିପରି ମୋଦି ଗର୍ବ ଅନୁଭବ କରନ୍ତି ତାହା କହି ଧନ୍ୟବାନ ଜଣାଇଛନ୍ତି । ଏଥିସହିତ ସେମାନଙ୍କୁ କିଛି ଅପିଲ୍ ମଧ୍ୟ କରିଛନ୍ତି ମୋଦି । ଏନେଇ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତର ଲୋକାଲକୁ ଗ୍ଲୋବାଲି ପରିଚିତ କରାଇବାକୁ ସାହାର୍ଯ୍ୟ କରାନ୍ତୁ ବୋଲି ଅପିଲ୍ କରିଛନ୍ତି । କହିଛନ୍ତି, ଭାରତର ବିକାଶରେ ଆପଣଙ୍କ […]

ସଂପୂର୍ଣ୍ଣ ପଢନ୍ତୁ