ଭୁବନେଶ୍ୱରରେ ଇସ୍କନ ରଥଯାତ୍ରା ପାଇଁ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଭୁବନେଶ୍ୱରର ଇସ୍କନ ମନ୍ଦିରର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଉତ୍ସବକୁ ଦୃଷ୍ଟିରେ ରଖି, କମିସନରେଟ୍ ପୁଲିସ ଭକ୍ତମାନଙ୍କ ପାଇଁ ସୁଗମ ଯାନବାହାନ ଚଳାଚଳ ଏବଂ ଅସୁବିଧାମୁକ୍ତ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏକ ବିସ୍ତୃତ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ଇସ୍କନ ମନ୍ଦିରରେ ରଥ‌ଯାତ୍ରା କାର୍ଯ୍ୟକ୍ରମ ଯଥାକ୍ରମେ ଜୁନ୍ ୨୭, ଜୁଲାଇ ୫ ଏବଂ ଜୁଲାଇ ୬ ରେ ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ୍ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହେବାର ଆଶା […]

ସଂପୂର୍ଣ୍ଣ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି ଶେଷ : ସୁରକ୍ଷାରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ

କୋରାପୁଟ : ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ନେଇ କୋରାପୁଟ ଶାବର ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ୩ ରଥ ଏବଂ ବଡଦାଣ୍ଡ ପ୍ରସ୍ତୁତ ହୋଇ ରହିଥିବା ବେଳେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ କରିବା ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ଗୁରୁବାରଠାରୁ ସହରର ବିଭିନ୍ନ ସ୍ଥାନ ଯଥା ମନ୍ଦିର, ରଥ ଖଳା, ଶ୍ରୀଗୁଣ୍ଡିଚା ମନ୍ଦିର ସହିତ ସହର ମୁଖ୍ୟ ଟ୍ରାଫିକ ଛକ, […]

ସଂପୂର୍ଣ୍ଣ ପଢନ୍ତୁ

ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ନକ୍ସଲଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି। ବିଜାପୁର ଜିଲ୍ଲାର ନେଲସନାର ଥାନା ଅଂଚଳରେ ଥିବା ଇନ୍ଦ୍ରାବତୀ ନଦୀ କୂଳରେ ଥିବା ଗ୍ରାମ ବାଙ୍ଗୋଲି ଗ୍ରାମ ନିକଟରେ ଯବାନମାନେ କମ୍ବିଂ ଅପରେସନ୍‌ରେ ଥିଲେ। ଏହି ଗ୍ରାମ ଠାରେ ରହିଥିବା ଏକ ୧୫ ଫୁଟ ଉଚ୍ଚର ଏକ ବିଶାଳ ସହିଦସ୍ତମ୍ଭକୁ ଦେଖିବା ପରେ ତାକୁ ତୁରନ୍ତ ଧ୍ବଂସ କରିଥିଲେ। ନକ୍ସଲ ଗାଁ ଗାଁରେ ଏଭଳି ସହିଦସ୍ତମ୍ଭ ନିର୍ମାଣ କରି ସେମାନଙ୍କର ନିୟମ କାନୁନକୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ହେବ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ: ଅବକାରୀ ମନ୍ତ୍ରୀ

ଭୁବନେଶ୍ବର: ନିଶା ନିବାରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ଘୋଷଣା କରିଛନ୍ତି ଯେ, ରାଜ୍ୟ ସାରା ଗଞ୍ଜେଇ ଚାଷ ଏବଂ ଏହାର ଅବୈଧ ବାଣିଜ୍ୟକୁ ଦୂର କରିବା ପାଇଁ ଏକ ଯୋଜନାବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ସାଧାରଣ ଲୋକଙ୍କୁ, ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ, ଗଞ୍ଜେଇ […]

ସଂପୂର୍ଣ୍ଣ ପଢନ୍ତୁ

ସଜହେଲା ନନ୍ଦିଘୋଷ ଉଠ କାଳିଆ – ସପନ ଭାଙ୍ଗୁ ଏଥର ନୀଳାଚଳିଆ : କାଳିଆର ଯାତ୍ରା ଲାଗି ସବୁ ପ୍ରସ୍ତୁତି ଶେଷ

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହେବାରେ ଲାଗିଛି। ବଡ଼ଦାଣ୍ଡରେ ଗହଳି ବଢ଼ିବାରେ ଲାଗିଛି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ରାତି ପାହିଲା ବେଳକୁ ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚି ସାରିଥିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚୁଛନ୍ତି। ଚଳିତ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଭୁବନେଶ୍ୱର ହେଲା ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ

ଭୁବନେଶ୍ୱର: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏଥିସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ ୧୦ ଉଦୀୟମାନ ମେଡିକାଲ କଲେଜ ବର୍ଗରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଯାହାକି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତାର ଦ୍ରୁତ ବର୍ଦ୍ଧିତ ପ୍ରତିଷ୍ଠାର ପ୍ରମାଣ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବିଧାନ ହତ୍ୟା ଦିବସ-୨୦୨୫: ସ୍ବାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନ ମିଳିବ

ଭୁବନେଶ୍ୱର: ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଛି। ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ‌ଯୋଗଦେଇ କହିଲେ ଜରୁରିକାଳୀନ ପରିସ୍ଥିତି ସ୍ୱାଧୀନ ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ଜରୁରିକାଳୀନ ପରିସ୍ଥିତିରେ ଯେଉଁଭଳି ଦମନଲୀଳା, ଅକଥନୀୟ ଅତ୍ୟାଚାର ଜାରି ରହିଥିଲା ତାହାକୁ କେହି ଭୁଲିପାରିବେ ନାହିଁ। ଏକଛତ୍ରବାଦୀ ଶାସନ […]

ସଂପୂର୍ଣ୍ଣ ପଢନ୍ତୁ
Odisha Govt 2

ସାମୟିକ କର୍ମଚାରୀଙ୍କ କାର୍ଯ୍ୟାନ୍ତର ରାଶି ବୃଦ୍ଧି

ଭୁବନେଶ୍ୱର,୨୬।୬: ଓଡ଼ିଶା ସରକାର ରାଜ୍ୟର ସାମୟିକ କର୍ମଚାରୀଙ୍କ ପାଇଁ କାର୍ଯ୍ୟାନ୍ତର ରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଏବେ ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ଏକକାଳୀନ ୨.୫ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ଏହି ରାଶି ଥିଲା ୧ ଲକ୍ଷ ୫୦ ହଜାର ଟଙ୍କା। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ସାମୟିକ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଶଙ୍କରାଚାର୍ଯ୍ୟ

ପୁରୀ,୨୬ା୬: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ବିଶ୍ବପ୍ରସିଦ୍ଧ ଓ ମହାପ୍ରଭୁ ଜଗନ୍ନାଥଙ୍କ ଧାମ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ୨ ଅଟକ

ପୁରୀ : ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌। ଗୁରୁବାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଏକ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଅନଧିକାର ଭାବେ ଉଡୁଥିବା ଏହି ଡ୍ରୋନକୁ ପୁଲିସ ଖସାଇ ଏହାକୁ ଜବତ କରିଛି। ଏଥିସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ବାରଣ ନେଇ କଡ଼ା ନିର୍ଦେଶନାମା ସତ୍ବେ ଏହା ପୂର୍ବରୁ ଏକାଧିକ ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ଘଟଣା ସାମ୍ନାକୁ ଆସିଛି […]

ସଂପୂର୍ଣ୍ଣ ପଢନ୍ତୁ