Xx

ବଡ଼ଦାଣ୍ଡରେ ନିଆରା ଦୃଶ୍ୟ: ମୁଖ୍ୟମନ୍ତ୍ରୀଙ୍କ ହାତରୁ ଟଙ୍କ ତୋରାଣି ପିଇଲେ ଶ୍ରଦ୍ଧାଳୁ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରୁଛନ୍ତି। ବଡ଼ଦାଣ୍ଡ ପାର୍ଶ୍ବରେ ଖୋଲାଯାଇଥିବା ଏକ ଷ୍ଟଲରେ ମୁଖ୍ୟମନ୍ତ୍ରୀ ଟଙ୍କା ତୋରାଣି ବାଣ୍ଟୁଥିବା ବେଳେ ଶ୍ରଦ୍ଧାଳୁମାନେ ହର୍ଷୋଲ୍ଲାସର ସହିତ ଏହାକୁ ଗ୍ରହଣ କରିବା ସହିତ ଶ୍ରଦ୍ଧାର ଶୋଷ ମେଣ୍ଟାଉଛନ୍ତି। ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀ ଟଙ୍କା ତୋରାଣି ବାଣ୍ଟିବା ନିଆରା ଭଳି ଲାଗୁଛି। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଟଙ୍କା ତୋରାଣି ପିଇ ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ […]

ସଂପୂର୍ଣ୍ଣ ପଢନ୍ତୁ
6dac1fc8 1ed0 4bb2 B58b 38977d75c786 2025 06 27 18 09 42

ନୂଆଦିଲ୍ଲୀରେ ରଥଯାତ୍ରା: ଛେରାପହଁରା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ଭୋରରୁ ମଙ୍ଗଳ ଆଳତି କରାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଚଳିତ ବର୍ଷ ଏହି ମହା ପାର୍ବଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଲକ୍ଷାଧିକ […]

ସଂପୂର୍ଣ୍ଣ ପଢନ୍ତୁ
N

ବିଜେଡି ସୁପ୍ରିମୋ ନବୀନଙ୍କ ଚିକିତ୍ସା ଜାରି; ହସ୍‌ପିଟାଲ ବେଡ୍‌ରୁ ଦେଖିଲେ ରଥଯାତ୍ରା

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ସେ ଆଜି ମୁମ୍ବାଇର ଘରୋଇ ଡାକ୍ତରଖାନାରେ ଥିବା ମେଡିକାଲ ବେଡରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିଛନ୍ତି। ସେ ରଥଯାତ୍ରା ଦେଖୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ‘ଇନ୍‌ଷ୍ଟାଗ୍ରମା‘ରେ ଏହି ଭିଡିଓକୁ […]

ସଂପୂର୍ଣ୍ଣ ପଢନ୍ତୁ
840b29d1 593d 4166 A1d9 Ca772d2fde05 2025 06 27 19 00 19

ଲିଭ୍-ଇନ୍ ସମ୍ପର୍କର ଧାରଣା ମଧ୍ୟବିତ୍ତ ସମାଜର ପ୍ରତିଷ୍ଠିତ ଆଇନ ବିରୁଦ୍ଧ

ନୂଆଦିଲ୍ଲୀ: ଆଜି ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ ମାମଲାରେ ଲିଭ୍-ଇନ୍ ସମ୍ପର୍କର ଉଲ୍ଲେଖ କରିଛନ୍ତି। ହାଇକୋର୍ଟର ବିଚାରପତି କହିଛନ୍ତି ଯେ ଲିଭ୍-ଇନ୍ ସମ୍ପର୍କର ଧାରଣା ମଧ୍ୟବିତ୍ତ ସମାଜର ପ୍ରତିଷ୍ଠିତ ଆଇନ ବିରୁଦ୍ଧ। ସେହି ସମୟରେ, କୋର୍ଟ ଏପରି ମାମଲା ବୃଦ୍ଧି ପାଉଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରକୃତରେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ସିଦ୍ଧାର୍ଥ ଏକ ମାମଲାର ଶୁଣାଣି କରୁଥିଲେ। ଶାନ୍-ଏ-ଆଲମ୍ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୋକସୋ […]

ସଂପୂର୍ଣ୍ଣ ପଢନ୍ତୁ
Rahul

ବିଜେପି-ଆରଏସଏସ ସମ୍ବିଧାନ ଚାହାଁନ୍ତି ନାହିଁ: ରାହୁଲ

ନୂଆଦିଲ୍ଲୀ: ଆରଏସଏସ ନେତା ଦତ୍ତାତ୍ରେୟ ହୋସାବଲେ ସମ୍ବିଧାନରୁ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଶବ୍ଦଗୁଡ଼ିକୁ ହଟାଇବା ବିଷୟରେ ଏକ ବିବୃତ୍ତି ଦେଇଥିଲେ। ଏହା ଏବେ ଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଆରଏସଏସର ମୁଖା ପୁଣି ଖୋଲିଯାଇଛି। ସେ କହିଛନ୍ତି, “ସମ୍ବିଧାନ ସେମାନଙ୍କୁ ଆଘାତ ଦିଏ କାରଣ […]

ସଂପୂର୍ଣ୍ଣ ପଢନ୍ତୁ
Visakapatnam 2025 06 27 19 10 14

ବିଶାଖାପାଟଣାରେ ମହାପ୍ରଭୁଙ୍କ ରଥକୁ ୬କିମି ଟାଣିଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଲନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଏଠାରେ ବଢି ଭୋରରୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥା ରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ, ଓରିଶା ଷ୍ଟେଭେଡୋର୍ସ ଲିମିଟେଡର ଉପସଭାପତି ତଥା […]

ସଂପୂର୍ଣ୍ଣ ପଢନ୍ତୁ
S

ଚାଇନାକୁ ସିଧା ଚେତାବନୀ ଦେଲା ଭାରତ

ବେଜିଂ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO)ର ବୈଠକ ସମୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ୱିଂଡାଓରେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ ଜୁନଙ୍କୁ ଭେଟିଥିଲେ। ଏହି ବୈଠକରେ ରାଜନାଥ ସିଂହ ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଉଭୟ ଦେଶ କୌଣସି ନୂତନ ଉତ୍ତେଜନାକୁ ଏଡାଇବା ଉଚିତ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ଆବଶ୍ୟକ। ବୈଠକ ସମୟରେ, କୈଳାସ ମାନସରୋବର ଯାତ୍ରା ସମ୍ପର୍କରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଯାତ୍ରା […]

ସଂପୂର୍ଣ୍ଣ ପଢନ୍ତୁ
Dnldhw5erxpy5anfv8merd 1200 80

ଜଙ୍ଗଲରୁ ମିଳିଲା ୫ ବାଘଙ୍କ ମୃତଦେହ, କେହି ବିଷ ଦେଇ ହତ୍ୟା କରିଥିବା ସନ୍ଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘଙ୍କ ମୃତଦେହ ମିଳିଛି। ଏଥିରେ ଗୋଟିଏ ମା ଏବଂ ଚାରିଟି ଛୁଆ ଅଛନ୍ତି। ବନମନ୍ତ୍ରୀ ଈଶ୍ୱର ଖଣ୍ଡରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚଟି ବାଘଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ତଥାପି, ସମସ୍ତ ପ୍ରକ୍ରିୟା ଏବଂ ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି। ମଧ୍ୟପ୍ରଦେଶ ପରେ କର୍ଣ୍ଣାଟକରେ […]

ସଂପୂର୍ଣ୍ଣ ପଢନ୍ତୁ
Trump

ଇରାନକୁ ୩୦ ବିଲିୟନ ଡଲାର ଦେବ ଆମେରିକା

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳି ଯାଇଛି। ଟ୍ରମ୍ପ ପ୍ରଶାସନର ଉଚ୍ଚ ପଦାଧିକାରୀ ଏବଂ ସୂତ୍ର ସୂଚନା ଦେଇଛନ୍ତି ଯେ ଆମେରିକା ଇରାନର ବେସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମ ପାଇଁ ୨୦ ରୁ ୩୦ ବିଲିୟନ ଡଲାର ଦେବ ଏବଂ ଏହା ଉପରେ ଲାଗୁ ହୋଇଥିବା କଟକଣାରେ ମଧ୍ୟ ଆଶ୍ୱସ୍ତି ଦେଇପାରେ। ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇଜ୍ରାଇଲ କାଟଜ୍ ଙ୍କ ଏକ ବିବୃତ୍ତି […]

ସଂପୂର୍ଣ୍ଣ ପଢନ୍ତୁ
F047dfbd 4ac4 4c5e Aefa 6955baadbeb9 2025 06 27 16 28 18

ଗାନ୍ଧୀନଗର ଅଦାଲଜ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ଆନନ୍ଦରେ ଟାଣିଲେ ଶ୍ରଦ୍ଧାଳୁ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର) ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଆଜି ଏଠାରେ ହର୍ଷୋଲ୍ଲାସର ସହିତ ରଥଯାତ୍ରାର ଆୟୋଜନ କରାଯାଇଛି। ମହାପ୍ରଭୁଙ୍କ ରଥକୁ ଭକ୍ତମାନେ ଆନନ୍ଦର ସହିତ ଟାଣିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ଏଠାରେ ପାଳିତ କରାଯାଇ ବିଶ୍ୱ ଭ୍ରାତୃତ୍ୱର ସଂସ୍କୃତିକୁ ପ୍ରତିପାଦିତ କରୁଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ପ୍ରଚାର […]

ସଂପୂର୍ଣ୍ଣ ପଢନ୍ତୁ