Abhij

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ୧୩ତମ ପାଳି।  ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ପ୍ରଥମେ ଆସି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କୁ ଜଣ ଜଣ କରି ଭେଟିଥିଲେ ଏବଂ ସେମାନଙ୍କ ଅଭିଯୋଗ ପତ୍ର […]

ସଂପୂର୍ଣ୍ଣ ପଢନ୍ତୁ
2 171 1753702310214

ଅପରେସନ ସିନ୍ଦୂରରେ ବିମାନ ନଷ୍ଟ ନେଇ ଜବାବ ରଖିଲେ ରାଜନାଥ, କହିଲେ-ପରୀକ୍ଷାର ଫଳ ଗୁରୁତ୍ୱପୂର୍ଣ୍ଣ, ପେନସିଲ ଭାଙ୍ଗିବା ନୁହେଁ

ନୂଆଦିଲ୍ଲୀ ୨୮।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାର ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ସାମରିକ ଅଭିଯାନ କାଳରେ ଭାରତୀୟ ବାୟୁସେନାର କେତୋଟି ବିମାନ ନଷ୍ଟ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। ଗୃହରେ ଏହାର ଜବାବ ରଖିଛନ୍ତି ରାଜନାଥ, କହିଛନ୍ତି ଲାଗୁଛି ବିରୋଧୀ ଦଳଙ୍କ ଏହି ପ୍ରଶ୍ନ ଜାତୀୟ ଜନଭାବନାର ଉଚିତ ପ୍ରତିନିଧିତ୍ୱ କରୁ ନାହିଁ। ରକ୍ଷାମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ଥରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 28 144504 750

ନିର୍ଯାତନା ଅଭିଯୋଗରେ ଆରଏମସି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲା ମ୍ୟୁନିସିପାଲ କର୍ପୋରେସନ (ଆରଏମସି)ର ଜଣେ ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ନିର୍ଯାତନା ଅଭିଯୋଗ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସରସ୍ୱତୀ ସାମନ୍ତ ନାମକ ଏହି ମହିଳା ଜଣକ ସୋସିଆଲ ମିଡିଆରେ ଲାଇଭ୍ ଆସି ନିଜ ମାନସିକ ସ୍ଥିତି ବିଷୟରେ କହିବା ପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଭିଡିଓ ଦେଖିବା ପରେ ତାଙ୍କ ସହକର୍ମୀମାନେ ତାଙ୍କ ଘରକୁ ଦୌଡ଼ି ଯାଇଥିଲେ। ସେମାନେ କବାଟ ଭାଙ୍ଗି ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ନେଇଯାଇଥିଲେ। ତେବେ ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Floo

ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ମିଳିବ ସହାୟତା: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ସହାୟତା ମିଳିବ ବୋଲି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି। ପାଗ ଅନୁକୂଳ ହେଲେ ଆସନ୍ତା କାଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ପ୍ରାୟ ସବୁ ନଦୀରେ ଜଳସ୍ତର କମିଛି। ତଳିଆ ଅଞ୍ଚଳରୁ ପାଣି ଛାଡିବା ପାଇଁ ସମୟ ଲାଗିବ। ଯେତେ ଦିନ ପର୍ଯ୍ୟନ୍ତ ଲୋକେ ରିଲିଫ ସେଣ୍ଟର […]

ସଂପୂର୍ଣ୍ଣ ପଢନ୍ତୁ
Police Commission

ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ, ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ

ଭୁବନେଶ୍ୱର : ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ରାଫିକ୍‌ ବ୍ୟବସ୍ଥାକୁ ଆହୁରି ମଜବୁତ ହେବ। ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । ପୋଲିସ କମିଶନରଙ୍କ କହିବା ଅନୁସାରେ, ଆଜି ୫୩ ଛାତ୍ରଛାତ୍ରୀ ଟ୍ରାଫିକ୍‌ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି । ତେବେ କମିଶନରେଟ ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ
[ra

ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । ଆଜି (ସୋମବାର) ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍‌କ୍ଷେପଣ କରାଯାଇଛି। ସୂଚନାଥାଉକି, DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର । ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ସହ ଭୂପୃଷ୍ଠରୁ […]

ସଂପୂର୍ଣ୍ଣ ପଢନ୍ତୁ
Dhenkanal 1

ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ, କୌଶଳକ୍ରମେ ଖସିଆସିଲେ ନାବାଳିକା

ଢେଙ୍କାନାଳ: ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ । କୌଶଳକ୍ରମେ ଖସିଆସିଲେ ନାବାଳିକା । ନାବାଳିକା ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅପହରଣ ଉଦ୍ୟମ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାରିଗର ସାହି ନିକଟରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁୟାୟୀ ନାବାଳିକା ଜଣକ ସ୍କୁଲକୁ ଯିବାବେଳେ ୫ ଜଣ ଦୁର୍ବୃତ୍ତ କାରରେ ଆସି ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ତେବେ ଅପହରଣକାରୀଙ୍କ କବଳରୁ ସେ କୌଶଳକ୍ରମେ ଖସି ଆସିଛନ୍ତି । ଏନେଇ ପରିବାର ଲୋକ ଟାଉନ […]

ସଂପୂର୍ଣ୍ଣ ପଢନ୍ତୁ
Rayagada News 1

୪ ମାସର ମୃତ ଶିଶୁକୁ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ

ଜଗତସିଂହପୁର: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଗୋପିଆକୁଦ କୁଜଙ୍ଗ ଅଞ୍ଚଳରେ ଏଭଳି ଖବର ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ରୀ ଜଣକ ଜଗତସିଂହପୁର ମେଡିକାଲରେ ୪ ମାସର ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଛି l ବର୍ତ୍ତମାନ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି । ଖବର ମୁତାବକ, କୁଜଙ୍ଗ ଥାନା ଗଣ୍ଡକିପୁର ଅଞ୍ଚଳର ଜନୈକ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣଙ୍କ କାଲି ରାତିରେ […]

ସଂପୂର୍ଣ୍ଣ ପଢନ୍ତୁ
Trump

ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କଲେ ଆମେରିକା-ୟୁରୋପୀୟ ସଂଘ

ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଟ୍ରମ୍ପ ଏହାକୁ ଏପର୍ଯ୍ୟନ୍ତ ସର୍ବୋତ୍ତମ ବାଣିଜ୍ୟ ଚୁକ୍ତି ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି, ଉଭୟ ପକ୍ଷ ଏଥିରୁ ଲାଭ ପାଇବେ । ଟ୍ରମ୍ପ ବାଣିଜ୍ୟ ଚୁକ୍ତି ସମୟରେ ୟୁରୋପୀୟ ସଂଘ ଉପରେ ୧୫ ପ୍ରତିଶତ ଶୁଳ୍କ […]

ସଂପୂର୍ଣ୍ଣ ପଢନ୍ତୁ
School Students

ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଛି ଚିଠି

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ ।  ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ ।  ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ ।  ଏଥିସହ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ