ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟ ସାର: ରାଜ୍ୟପାଳ

ଭୁବନେଶ୍ୱର,୪/୯: ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ ଶେଷ ହେବ ସେଥିପାଇଁ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି।ଆଜି ରାଜଭବନରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, […]

ସଂପୂର୍ଣ୍ଣ ପଢନ୍ତୁ

କୋମାରେ ଅଛନ୍ତି ଅଭିଜିତ ମଜୁମଦାର, ଏମ୍ସକୁ ସ୍ଥାନାନ୍ତର

ଭୁବନେଶ୍ବର, ୪/୯ : କୋମାରେ ଅଛନ୍ତି ଅଭିଜିତ ମଜୁମଦାର, ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ବାସ୍ଥ୍ଯରେ ଉନ୍ନତି ନହେବାରୁ ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଯାଇଛି ।ତେବେ ଏମ୍ସରେ ଭର୍ତ୍ତି ହେବା […]

ସଂପୂର୍ଣ୍ଣ ପଢନ୍ତୁ

୩ ଜିଲା ସଭାପତି ଘୋଷଣା ସହ ବିଜୁ ମହିଳା ଜନତା ଦଳ ପୁନହ ଗଠନ କଲେ ନବୀନ

ଭୁବନେଶ୍ୱର,୪/୯: ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲାରେ ଏହି ୩ ଜିଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲା ବିଜେଡି ସଭାପତି, ଝିନ ହିକ୍କା କୋରାପୁଟ ଜିଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକାଲଙ୍କୁ ରାୟଗଡା ବିଜେଡି ଜିଲା ସଭାପତି ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ନିଯୁକ୍ତି ଦେଲେ ବିଜୁ ଜନତା ଦଳ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଙ୍କ ନିତ୍ୟସେବକ ସରୋଜ ରାଉଳଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ

ଝଙ୍କଡ଼, ୪/୯: ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ଭାବେ ଜଣାଶୁଣା ସ୍ବର୍ଗତ ସରୋଜ କୁମାର ରାଉଳ ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତ ଗୁରୁବାର ଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାମନ୍ତ୍ର ନାମଯଜ୍ଞ, ସାଧୁ ସନ୍ଥ ମହାତ୍ମା ପୂଜନ ଓ ସ୍ମୁତିଶ୍ରଦ୍ଧାଞ୍ଜଳୀ ଅର୍ପଣ ଆଦି କାର୍ଯ୍ୟକ୍ରମ ବିକାଶ ରାଉଳ ଓ ଆଶୁତୋଷ ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ସୃଷ୍ଟି କଲା ନୂଆ ରେକର୍ଡ

ଓ୍ବାଶିଂଟନ୍‌,୪/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା ବେଳେ ଆମେରିକା କିନ୍ତୁ ଏଥିରୁ ବିପୁଳ ଲାଭ କରୁଛି। ଅଗଷ୍ଟ ମାସରେ ଆମେରିକା ଟାରିଫ୍‌ରୁ ରାଜସ୍ବ ବୃଦ୍ଧି ପାଇ ୩୧ ବିଲିୟନ ଡଲାର ହୋଇଛି, ଯାହା ୨୦୨୫ରେ ଏକ ମାସରେ ସର୍ବାଧିକ ରେକର୍ଡ। ଗୁରୁବାର ଟ୍ରେଜେରୀ ବିଭାଗ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୫ ପାଇଁ ମୋଟ ଟାରିଫ୍‌ ରାଜସ୍ବ ୧୮୩ ବିଲିୟନ ଡଲାର ଅତିକ୍ରମ କରିସାରିଲାଣି । ୨୦୨୫ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା

ନୂଆଦିଲ୍ଲୀ,୪/୯: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ରାଙ୍କିଂ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା NIRFର ସରକାରୀ ୱେବସାଇଟ nirfindia.org ରେ ଉପଲବ୍ଧ କରାଯାଇଛି। ଏହି ବର୍ଷ ମଧ୍ୟ, IIT ମାଡ୍ରାସ ସାମଗ୍ରିକ ବର୍ଗରେ ପ୍ରଥମ ସ୍ଥାନରେ ରହିଛି। ଏହି ପ୍ରତିଷ୍ଠାନ ଲଗାତାର ୧୦ତମ ଥର ପାଇଁ ଏହି ସ୍ଥାନ […]

ସଂପୂର୍ଣ୍ଣ ପଢନ୍ତୁ

୨୨ ସେପ୍ଟେମ୍ବର ୨୦୨୫ରୁ ଜିଏସ୍‌ଟିରେ ବହୁମୁଖୀ ସଂସ୍କାର

ନୂଆଦିଲ୍ଲୀ, ୩/୯:  ଜିଏସ୍‌ଟି କାଉନ୍ସିଲ୍‌ ବୁଧବାର ଘୋଷଣା କରିଛି ଯେ ୨୨ ସେପ୍ଟେମ୍ବର ୨୦୨୫ରୁ କେବଳ ଦୁଇଟି ଟିକସ ହାର ୫% ଓ ୧୮% ଲାଗୁ ହେବ । ପାନ ମସଲା, ସିଗାରେଟ, ଚିନିଯୁକ୍ତ ଏରେଟେଡ୍‌ ଜଳ ଓ କାର୍ବୋନେଟେଡ୍‌ ପାନୀୟ ପାଇଁ ଏକ ବିଶେଷ ୪୦% ଟିକସ ହାର ରହିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ବର୍ଗ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଯଥା ଟିଭି, ଏୟାର କଣ୍ଡିସନର ଓ ୩୫୦ ସିସିରୁ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ ଓ ନିଯୁକ୍ତି, ସମନ୍ୱୟ ବିଭାଗର ମନ୍ତ୍ରୀ ଶ୍ରୀ ଅନିଲ ରାଜଭରଙ୍କ ଓଡ଼ିଶା ଆଗମନ

ଭୁବନେଶ୍ୱର, ୩/୯:  ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ ଓ ନିଯୁକ୍ତି, ସମନ୍ୱୟ ବିଭାଗର ମନ୍ତ୍ରୀ ଶ୍ରୀ ଅନିଲ ରାଜଭରଙ୍କ ଓଡ଼ିଶା ଆଗମନ ଅବସରରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ତାଙ୍କୁ ହାର୍ଦ୍ଦିକ ସ୍ବାଗତ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସମେତ ରାଜ୍ୟ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଯୁଗ୍ମ […]

ସଂପୂର୍ଣ୍ଣ ପଢନ୍ତୁ

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ବୈଦେଶିକ ସେବା ଅଧିକାରୀ

ଭୁବନେଶ୍ୱର, ୩/୯:  ଆଜି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ ଶ୍ରୀ ମନୋଜ କୁମାର ମହାପାତ୍ର, ଶ୍ରୀ ଅମିତ ନାରଙ୍ଗ ଓ ଗ୍ଲୋରିଆ ଗାଙ୍ଗଟେ ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ସେବା ଅଧିକାରୀମାନଙ୍କୁ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ ସୁଯୋଗର ସଦୁପଯୋଗ କରିବାକୁ ରାଷ୍ଟ୍ରଦୂତଙ୍କ ଆହ୍ଵାନ

ଭୁବନେଶ୍ୱର, ୩/୯:  ରପ୍ତାନୀ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । ବିଭିନ୍ନ ଦେଶରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ରପ୍ତାନୀ ବୃଦ୍ଧି ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ତେଣୁ ଓଡ଼ିଆ ରପ୍ତାନିକାରୀ ବନ୍ଧୁଗଣ ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବାକୁ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରଦୂତମାନେ ଆହ୍ଵାନ ଦେଇଛନ୍ତି । ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ମେ’ […]

ସଂପୂର୍ଣ୍ଣ ପଢନ୍ତୁ