ଝଙ୍କଡ଼, ୪/୯: ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ଭାବେ ଜଣାଶୁଣା ସ୍ବର୍ଗତ ସରୋଜ କୁମାର ରାଉଳ ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତ ଗୁରୁବାର ଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାମନ୍ତ୍ର ନାମଯଜ୍ଞ, ସାଧୁ ସନ୍ଥ ମହାତ୍ମା ପୂଜନ ଓ ସ୍ମୁତିଶ୍ରଦ୍ଧାଞ୍ଜଳୀ ଅର୍ପଣ ଆଦି କାର୍ଯ୍ୟକ୍ରମ ବିକାଶ ରାଉଳ ଓ ଆଶୁତୋଷ ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଷ୍ଣୁ ଚରଣ ରାଉଳ, ସୁରେଶ କୁମାର ରାଉଳ, କାଜଲ ରାଉଳ, ବିଶ୍ୱଜିତ୍ ରାଉଳ, ନିରଞ୍ଜନ ନାୟକ, ନୃସିଂହ ଚରଣ ରାଉଳ, ଅବକାଶ ରାଉଳ, ଅବିନାଶ ରାଉଳ, ମନୋଜ କୁମାର ନାୟକ, ସୁବାସ ନାୟକ, ଆଶିଷ ରାଉଳ, ଆୟୁଷ ରାଉଳ, ଆଦିତ୍ୟ ରାଉଳ, ଶୁଭମ୍ ମହାନ୍ତି, ଆୟୁଷ୍ମାନ ମହାନ୍ତି, ରଶ୍ମିରଞ୍ଜନ ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ସ୍ମୁତିଚାରଣ କରିବା ସହିତ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପାପୁନ, ସିପୁନ, ଗୁଡୁ, କାହ୍ନୁ ଓ କାଳିଆ ଙ୍କ ସମେତ କନକପୁର ଦେଉଳି ଗ୍ରାମ ର ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
