୩ ଜିଲା ସଭାପତି ଘୋଷଣା ସହ ବିଜୁ ମହିଳା ଜନତା ଦଳ ପୁନହ ଗଠନ କଲେ ନବୀନ

ରାଜ୍ୟ
Spread the love

ଭୁବନେଶ୍ୱର,୪/୯: ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲାରେ ଏହି ୩ ଜିଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲା ବିଜେଡି ସଭାପତି, ଝିନ ହିକ୍କା କୋରାପୁଟ ଜିଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକାଲଙ୍କୁ ରାୟଗଡା ବିଜେଡି ଜିଲା ସଭାପତି ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ନିଯୁକ୍ତ ହୋଇଛନ୍ତି। ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର-ବରିଷ୍ଠ ସାଧାରଣ ସଂପାଦିକା ନିଯୁକ୍ତ ହୋଇଥିଲା ବେଳେ ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା- ସାଧାରଣ ସଂପାଦିକା। ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର ଆଦି ମହିଳା ନେତ୍ରୀ ମାନଙ୍କୁସାଧାରଣ ସଂପାଦିକା ଭାବେ ନିଯୁକ୍ତ ମିଳିଛି। ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ- ସାଧାରଣ ସଂପାଦିକା। ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ- ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *