ଭୂବନେଶ୍ଵର, ୧୩/୧୨: ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି ପ୍ରତିବାଦ । ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ନିଜର ବର୍ଦ୍ଧିତ ଦରମାକୁ ଓଡ଼ିଶାବାସୀ ତଥା ଗରିବଙ୍କ ବିକାଶ ପାଇଁ ଦାନ କରିବେ ଚିଠି ଲେଖି ଜଣାଇଛନ୍ତି ନବୀନ । ସେ ଲେଖିଛନ୍ତି “ଓଡ଼ିଶାବାସୀ ଦୀର୍ଘ ୨୫ ବର୍ଷ ଧରି ମୋତେ ଯେଉଁ ସ୍ନେହ ଆଉ ଭଲପାଇବା ଦେଇଛନ୍ତି ସେନେଇ ଓଡ଼ିଶାବାସୀଙ୍କ ପାଖରେ ମୁଁ ଚିର ଋଣି” । “ତେଣୁ ମୋର ବର୍ଦ୍ଧିତ ଦରମା ଓ ଭତ୍ତାକୁ ସେମାନଙ୍କ ଉଦ୍ଦେଶ୍ୟରେ ସହୃଦୟତାର ସହ ଦାନ କରିବା ନେଇ ଘୋଷଣା କରୁଛି” ।
