ନୀତିନ ନବୀନ ବିଜେପି ର କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୪/୧୨: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନୀତିନ ନବୀନ ମନୋନୀତ ହୋଇଛନ୍ତି। ନୀତିନ ନବୀନ ନାଁ ରେ ବିଜେପିର ସଂସଦୀୟ ବୋର୍ଡ ମୋହର ମାରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ବିହାର ପାଟଣାର ବାଙ୍କିପୁର ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ନୀତିନ ନବୀନ । ବର୍ତ୍ତମାନ ତାଙ୍କର ବୟସ ୪୫ ବର୍ଷ । ସେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ​​ପ୍ରାୟ ୮୪,୦୦୦ ହଜାର ଭୋଟରେ ଜିତିଥିଲେ। ବର୍ତ୍ତମାନ ସେ ବିହାର ମନ୍ତ୍ରୀମଣ୍ତଳର ମନ୍ତ୍ରୀ ଅଛନ୍ତି । ପୂର୍ବରୁ ବିହାରର ରାସ୍ତା ନିର୍ମାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ନୀତିନ। ନୀତିନ ନବୀନଙ୍କ ପିତା, ନବୀନ କିଶୋର ପ୍ରସାଦ ସିହ୍ନା ମଧ୍ୟ ଜଣେ ବିହାରରେ ଦୃଢ଼ ବିଜେପି ନେତା ଥିଲେ। ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୂର୍ବରୁ କାର୍ଯ୍ୟକାରୀ ସଭାପତି ରୁ ରାଷ୍ଟ୍ରୀୟ ସଭାପତି ହୋଇଥିଲେ ।

Leave a Reply

Your email address will not be published. Required fields are marked *