ଜଇନାବାଦ ତରାଦେଇ ମନ୍ଦିରରୁ ଚୋରି, ତିର୍ତ୍ତୋଲ ଅଞ୍ଚଳରେ ବଢ଼ିଚାଲିଛି ମନ୍ଦିର ଚୋରି : କାର୍ଯ୍ୟାନୁଷ୍ଠାନ ଶୂନ

ଅପରାଧ ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୧/୧୨: ଗତ କୋଡିଏଦିନ ମଧ୍ୟରେ ତିର୍ତ୍ତୋଲ ଅଞ୍ଚଳ ରେ କ୍ରମାଗତ ଭାବରେ ମନ୍ଦିରରୁ ଚୋରି ହୋଇଚାଲିଥିବା ବେଳେ ପୋଲିସ ପ୍ରଶାସନ ଏହି ଚୋରି ଘଟଣା ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଧରିବା ଓ ଚୋରିଜିନିଷ ଉଦ୍ଧାର କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ, ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l

ଗତ ରବିବାର ବିଳମ୍ବିତ ରାତିରେ, କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅଧିନ ଜଇନାବାଦ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ତରାଦେଇ ଙ୍କ ମନ୍ଦିରର କବାଟ ତାଲାଭାଙ୍ଗି, ମାଆଙ୍କ ମୂଲ୍ୟବାନ ମୁକୁଟ, ଘଣ୍ଟ ଘଣ୍ଟି, ବାସନକୁସନ, ଆଳତୀ ଷ୍ଟାଣ୍ଡ ଓ ଶାଢ଼ୀ ଆଦି କେହି ଦୁର୍ବୁତ୍ତ ଚୋରି କରିନେଇଯାଇଛି l ମାତ୍ର ପନ୍ଦରଦିନ ପୂର୍ବରୁ ଏହାର, ଦୁଇଶହ ମିଟର ଦୂରରେ ଥିବା, ଭଟ୍ଟଗାଁ ଜଗନ୍ନାଥ ମନ୍ଦିର, ଓ ଗାଦିଗୋସେଇଁ ମନ୍ଦିରରୁ ମଧ୍ୟ ଚୋରିହେବା ଘଟଣା ରେ ସନ୍ଧାନୀ ପୋଲିସ କୁକୁର ଯେଉଁ ସଂଗ୍ନିଧ ବ୍ୟକ୍ତିଙ୍କ ଘର ପାଖକୁ ଯାଇଥିଲା ବେଳେ, ସେଇ ଏକା ରାତିରେ କନକପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟାପଡା ଗ୍ରାମର ପତିତପାବନ ଓ କପାଳମୋଚନ ମହାଦେବ ଙ୍କ ମନ୍ଦିର ଚୋରି ଧରିବାକୁ ସନ୍ଧାନୀ କୁକୁର ଯେଉଁ ମାନଙ୍କ ଘରପାଖକୁ ଯାଇଥିଲା, ସେମାନଙ୍କୁ ପୋଲିସ ନିଜ କବଜା କୁ ମଧ୍ୟ ନେବାପାଇଁ ଚେଷ୍ଟା କରିନଥିଲା l ସନ୍ଦେହରେ ଥିବା ସେଇ ଲୋକମାନେ, ସେହିଦିନ ଠାରୁ ଫେରାର ହୋଇଯାଇଛନ୍ତି l ଯେଉଁଠି ଦେବଦେବୀ ମାନେ ମଧ୍ୟ ଅସୁରକ୍ଷିତ, ସେଠାରେ ସାଧାରଣଲୋକଙ୍କ ନିରାପତ୍ତା କେତେଦୂର ନିରାପଦ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଖାଲି ଲୋକଦେଖାଣିଆ ତଦନ୍ତ କରି ପୋଲିସ ଚୁପହୋଇ ବସିପଡ଼ୁଥିବାରୁ, ନା ଚୋର ଧରାହେଉଛି, ନା ଚୋରିଜିନିଷ ଉଦ୍ଧାର ହେଉଛି ? ତେବେ ଏହିସବୁ ମନ୍ଦିରଚୋରି ଘଟଣା ର ନିରପକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ଜନପ୍ରତିନିଧି ମାନେ ଦୃଢ଼ ଦାବୀ କରିଅଛନ୍ତି l

Leave a Reply

Your email address will not be published. Required fields are marked *