ନୂଆଦିଲ୍ଲୀ, ୩/୯: ଜିଏସ୍ଟି କାଉନ୍ସିଲ୍ ବୁଧବାର ଘୋଷଣା କରିଛି ଯେ ୨୨ ସେପ୍ଟେମ୍ବର ୨୦୨୫ରୁ କେବଳ ଦୁଇଟି ଟିକସ ହାର ୫% ଓ ୧୮% ଲାଗୁ ହେବ । ପାନ ମସଲା, ସିଗାରେଟ, ଚିନିଯୁକ୍ତ ଏରେଟେଡ୍ ଜଳ ଓ କାର୍ବୋନେଟେଡ୍ ପାନୀୟ ପାଇଁ ଏକ ବିଶେଷ ୪୦% ଟିକସ ହାର ରହିବ ।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ବର୍ଗ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଯଥା ଟିଭି, ଏୟାର କଣ୍ଡିସନର ଓ ୩୫୦ ସିସିରୁ କମ୍ ମୋଟରସାଇକେଲ ଏବେ ୧୮% ଜିଏସ୍ଟି ସ୍ଲାବ୍ରେ ଆସିବ” ।
ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, “ଏହି ସଂସ୍କାରରେ ବହୁମୁଖୀ ଓ ବହୁବିଧ ଲକ୍ଷ୍ୟ ରହିଛି, ଯାହା ସମସ୍ତ ନାଗରିକଙ୍କ ପାଇଁ ଜୀବନଯାତ୍ରା ସହଜ ଏବଂ ବ୍ୟବସାୟ ପାଇଁ ସୁବିଧା ନିଶ୍ଚିତ କରିବ” ।
