ମା ସାରଳା ଙ୍କ ନିତ୍ୟସେବକ ବାବାଜୀ ରାଉଳ ଓ କଲ୍ୟାଣୀଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେଲେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ

ଝଙ୍କଡ଼, ୩/୯: ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମର ସ୍ବର୍ଗତ ବାବାଜୀ ଚରଣ ରାଉଳ ଓ ତାଙ୍କର ଧର୍ମପତ୍ନୀ କଲ୍ୟାଣୀ ଙ୍କର ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଗତ ବୁଧବାର ଦିନ ଅପରାହ୍ନରେ, ଏଠାରେ ପହଞ୍ଚିବା ପରେ ତାଙ୍କୁ ନାମ ସଂକୀର୍ତ୍ତନ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା। ସ୍ବର୍ଗତ ବାବାଜୀ ଓ କଲ୍ୟାଣୀ ଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ପରେ ସେ କହିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ଙ୍କ ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ଼, ୩/୯:  ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ, ମନ୍ଦିରର ବେଢ଼ାରେ ଥିବା ସଭାଗୃହ ରେ ଗତ ବୁଧବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ତଥା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ବର […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ, ଆସ ଭେଟିବା ଆମ ପିଲାଙ୍କୁ କାର୍ଯକ୍ରମ

ଝଙ୍କଡ଼, ୩/୯:  ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଆସ ଭେଟିବା ଆମ ପିଲାଙ୍କୁ , ଗତ ବୁଧବାର ଦିନ ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭା ପରିଷଦ ର ସଭାପତି ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ , ନିମନ୍ତ୍ରିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ […]

ସଂପୂର୍ଣ୍ଣ ପଢନ୍ତୁ

ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଥାନାରେ ଅଟକ

ଭୁବନେଶ୍ବର, ୩/୯: ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ମଞ୍ଚେଶ୍ୱର ଥାନାରେ ଅଟକ ଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ ହୋଇଛି। ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି। ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ଫାଣ୍ଡି ଭିତରେ ପୁଲିସକୁ ଆକ୍ରମଣ

ବଲାଙ୍ଗୀର, ୩/୯: ବଲାଙ୍ଗୀର ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପ ସୀମାରେ ପାର। ରାଜ୍ୟ ପୁଲିସ ଅପରାଧ ଓ ନିଶା କାରବାର ମୂଳପୋଛ କରିବାକୁ ବିଭିନ୍ନ ମିସନ୍‌ ହାତକୁ ନେଉଛି। ଅଥଚ, ଏଠାରେ ପୁଲିସ ଉପରେ ଆକ୍ରମଣ ହେଉଛି। ତାହା ପୁଣି ଫାଣ୍ଡି ଭିତରେ। ଉଦ୍‌ବେଗଜନକ କଥା ହେଲା, ଏହି ମାମଲାରେ କୌଣସି ବଡ଼ ଅଧିକାରୀ ମୁହଁ ଫିଟାଉନାହାନ୍ତି। କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇନାହିଁ। ଘଟଣାଟି ଚାରି ଦିନ ତଳେ ଘଟିଛି ସଇନ୍ତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରେ। ଫାଣ୍ଡି […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ତର ଭାରତରେ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ, ୩/୯:  ବର୍ତ୍ତମାନ ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟାନକ ରହିଛି । ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ମଧ୍ୟ ନିଜର ଭୟଙ୍କର ରୂପ ଦେଖାଉଛି । କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ମଙ୍ଗଳବାର ରାତିରେ ଯମୁନାର ଜଳସ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁ ବିଦ୍ୟାମନ୍ଦିରରେ ବାଜତ୍ଵର ନିରାକରଣ ନିମନ୍ତେ ସର୍ବେକ୍ଷଣ ଶିବିର

ବୟାଳିଶମୌଜା,୨/୯:  କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ବାଜତ୍ଵର ନିରାକରଣ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଣ୍ଟକାର ସୌଜନ୍ୟରେ ବାଜତ୍ୱର ସର୍ବେକ୍ଷଣ-୨୫ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଣ୍ଟକାରର ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇ ପ୍ରଥମ, ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ଦେବତା, ସହ ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ,ଗୀତାଞ୍ଜଳିଆଚାର୍ଯ୍ୟ,ରୋଜାଲିନ ସାହୁ ମମତା […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ସରକାରଙ୍କ ମହାପୁରୁଷ ପ୍ରତିମୂର୍ତ୍ତି ତାଲିକାରୁ ସାରଳା ଦାସ ବାଦପଡ଼ିଲେ କାହିଁକି ?

ଜଗତସିଂହପୁର, ୨/୯: ଓଡିଆ ଅସ୍ମିତା ର କଥାକହି ଆମ ରାଜ୍ୟ ଓଡ଼ିଶାରେ, ଯେଉଁ ବିଜେପି ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ସହିତ ସରକାର ଗଠନ କରିବା ପାଇଁ ସମର୍ଥ ହୋଇଥିଲେ, ଆଜି ଶାସନଗାଦି କୁ ଆସିବାପରେ , ସେହି ବିଜେପି ସରକାର ଙ୍କ ପକ୍ଷରୁ ଯେଉଁ ୨୦ ଜଣ ବରପୁତ୍ର ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଘୋଷଣା କରାଯାଇଛି, ସେମାନଙ୍କ ମଧ୍ୟରେ, ଓଡିଆ ଅସ୍ମିତା ର ସର୍ବଶ୍ରେଷ୍ଠ ପ୍ରତୀକ, ଓଡିଆ ଭାଷା ସାହିତ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ନଭେମ୍ବର ସୁଦ୍ଧା ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ହୋଇପାରେ

ନୂଆଦିଲ୍ଲୀ, ୨/୯: ଭାରତ ଉପରେ ୫୦ ପ୍ରତିଶତ ଟାରିଫ ବସାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।  ଆମେରିକା ପ୍ରଶାସନର ଅଧିକାରୀମାନେ ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଛନ୍ତି । ଏଥିପାଇଁ ଭାରତ ଓ ଆମେରିକା ସଂପର୍କ ଖରାପ ହୋଇଛି । ଏସବୁ ମଧ୍ୟରେ ଏକ ଆଶାଜନକ କଥା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ । ସେ କହିଛନ୍ତି ଯେ ଆସନ୍ତା ନଭେମ୍ବର ସୁଦ୍ଧା ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ।   ଗ୍ଲୋବାଲ ଇନଭେଷ୍ଟର୍ସ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ କନିଷ୍ଠ ବାଳିକା ହକି: ଫାଇନାଲରେ ସୁନ୍ଦରଗଡ଼

ରାଉରକେଲା: ରାଜ୍ୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ଫାଇନାଲ ସୂଚି ଚୂଡ଼ାନ୍ତ ହୋଇଯାଇଛି। ଉତ୍କର୍ଷ ପ୍ରଦର୍ଶନ ସହ ସେମିଫାଇନାଲରେ ଜିତି ସୁନ୍ଦରଗଡ଼ ହକି ସଂଘ ଓ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ଫାଇନାଲ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଉଭୟ ସେମିଫାଇନାଲ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ସୁନ୍ଦରଗଡ଼ ହକି ସଂଘ ଓ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ ୭-୦ […]

ସଂପୂର୍ଣ୍ଣ ପଢନ୍ତୁ