ଜଗତସିଂହପୁର, ୨/୯: ଓଡିଆ ଅସ୍ମିତା ର କଥାକହି ଆମ ରାଜ୍ୟ ଓଡ଼ିଶାରେ, ଯେଉଁ ବିଜେପି ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ସହିତ ସରକାର ଗଠନ କରିବା ପାଇଁ ସମର୍ଥ ହୋଇଥିଲେ, ଆଜି ଶାସନଗାଦି କୁ ଆସିବାପରେ , ସେହି ବିଜେପି ସରକାର ଙ୍କ ପକ୍ଷରୁ ଯେଉଁ ୨୦ ଜଣ ବରପୁତ୍ର ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଘୋଷଣା କରାଯାଇଛି, ସେମାନଙ୍କ ମଧ୍ୟରେ, ଓଡିଆ ଅସ୍ମିତା ର ସର୍ବଶ୍ରେଷ୍ଠ ପ୍ରତୀକ, ଓଡିଆ ଭାଷା ସାହିତ୍ୟ ର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ନାମ ବାଦ ପଡ଼ିଥିବାରୁ ରାଜ୍ୟର ସମସ୍ତ ସାରସ୍ୱତ ସାଧକ ଓ ସଂସ୍କୃତି ପ୍ରେମୀ ମାନେ ମର୍ମାହତ ହୋଇ ଘୋର ଉଦବେଗ ପ୍ରକାଶ କରିଅଛନ୍ତି ।
ବିଶେଷ କରି ଝଙ୍କଡ଼ ମହୋତ୍ସବ କମିଟି, ଝଙ୍କଡ଼ ସାହିତ୍ୟ ସଂସଦ, ଜଗତସିଂହପୁର ବିକାଶ ପରିଷଦ , ଜଗତସିଂହପୁର ସାରସ୍ୱତ ପରିଷଦ, ଶ୍ରୀଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ , ପ୍ରଫୁଲ୍ଲ ପାଠାଗାର , ରବିନ୍ଦ୍ର ନାଥ ପାଠାଗାର, ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ, ଋତୁପର୍ଣ୍ଣl କଳା ସାହିତ୍ୟ ସଂସଦ, ବାଲିଘର ଫାଉଣ୍ଡେସନ, ବ୍ୟାସ ଫାଉଣ୍ଡେସନ , ବଟଶ୍ରୀ ଚାରିଟେବୁଲ ଟ୍ରଷ୍ଟ , ସୁଚିନ୍ତା ସେବା ସଙ୍ଗଠନ , ନିଖିଳ ଉତ୍କଳ ଲେଖିକା ସଙ୍ଘ , ମା ସାରଳା ଫାଉଣ୍ଡେସନ, ଆଷାଢ଼ ସାହିତ୍ୟ ସଂସଦ, ବାଲିକୁଦା ଅଳକା ସାହିତ୍ୟ ସଂସଦ , ପୂଜ୍ୟପୂଜା ସାହିତ୍ୟ ସଂସଦ , ଜଗତସିଂହପୁର ସାହିତ୍ୟ ସଂସଦ , ଜିଲ୍ଲା ଲେଖକ ପରିଷଦ, ପାରାଦୀପ ସୂର୍ଯ୍ୟମୁଖୀ ସାହିତ୍ୟ ଅନୁଷ୍ଠାନ, କୁଜଙ୍ଗ ପ୍ରିୟବନ୍ଧୁ ସାହିତ୍ୟ ସଂସଦ, ନାଟ୍ୟl ଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ସ୍ମୃତି ପରିଷଦ , ବାଣୀ କ୍ଷେତ୍ର ନାଟ୍ୟ ପରିଷଦ , ନାଉଗାଁ ବିକାଶ ପରିଷଦ, ଗଙ୍ଗଦା ହାଟ ସାରଳା ସାଂସ୍କୃତିକ ପରିଷଦ, ନହରଣା ଘାସଫୁଲ ସାହିତ୍ୟ ସଂସଦ, ମାଳମରିଚିପୁର ଉନ୍ନୟନ ପରିଷଦ, କନ୍ତାର ନବକାକକି ସାହିତ୍ୟ ସଂସଦ , ରଘୁନାଥ ପୁର, ଆଗାମୀ ଓଡିଶା, ଦେଉଳି ସାହି ର ଆମ ଗାଁ ସାହିତ୍ୟ ସଂସଦ, ରାହାମା ମାଟିଘର ଓ ଦଶମାନଣ୍ କୁଳ ର ଶାଶ୍ଵତ ସେତୁ ଆଦି ବିଭିନ୍ନ ସାରସ୍ୱତ, ସାଂସ୍କୃତିକ ଓ କଳା ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହାର ଦୃଢ଼ ପ୍ରତିବାଦ କରିବା ସହିତ, ରାଜ୍ୟ ସରକାର ଏହି ନିଷ୍ପତି ର ପୁନଃବିଚାର କରି ସର୍ଵପ୍ରଥମେ ଆଦିକବି ସାରଳା ଦାସ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନଙ୍କ ତରଫରୁ ଦୃଢ଼ ଦାବୀ କରାଯାଇଛି । କାରଣ ସାରଳା ଦାସ ଙ୍କ ପାଇଁ ଆଜି ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ଓଡିଆଜାତି ସମଗ୍ର ବିଶ୍ୱରେ ପରିଚିତ, ପ୍ରତିଷ୍ଠିତ ଓ ବିଶ୍ୱବନ୍ଦିତ ହୋଇ ପାରିଛି। ବିଳମ୍ବରେ ହେଲେ ମଧ୍ୟ ଓଡିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ଲାଭ କରି ପାରିଛି। ତେଣୁ ରାଜ୍ୟ ସରକାରଙ୍କ ତରଫରୁ ଯେତେ ଶୀଘ୍ର, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ତାଲିକାରେ ସର୍ଵପ୍ରଥମେ ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ନାମ କୁ ରଖିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
