ବୟାଳିଶମୌଜା,୨/୯: କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ବାଜତ୍ଵର ନିରାକରଣ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଣ୍ଟକାର ସୌଜନ୍ୟରେ ବାଜତ୍ୱର ସର୍ବେକ୍ଷଣ-୨୫ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଣ୍ଟକାରର ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇ ପ୍ରଥମ, ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ
ବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ଦେବତା, ସହ ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ,ଗୀତାଞ୍ଜଳିଆଚାର୍ଯ୍ୟ,ରୋଜାଲିନ ସାହୁ ମମତା ସାହାଣୀ, ମମତା ମହାନ୍ତି, ତପସ୍ଵିନୀ ବେହେରା, ମାନସୀ ଦାଶ, ଶକୁନ୍ତଳା ଦେବତା, ମିନତୀ ଲେଙ୍କା ଉପସ୍ଥିତ ଥିଲେ ।
