ରାଜ୍ୟ କନିଷ୍ଠ ବାଳିକା ହକି: ଫାଇନାଲରେ ସୁନ୍ଦରଗଡ଼

ଖେଳ
Spread the love

ରାଉରକେଲା: ରାଜ୍ୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ଫାଇନାଲ ସୂଚି ଚୂଡ଼ାନ୍ତ ହୋଇଯାଇଛି। ଉତ୍କର୍ଷ ପ୍ରଦର୍ଶନ ସହ ସେମିଫାଇନାଲରେ ଜିତି ସୁନ୍ଦରଗଡ଼ ହକି ସଂଘ ଓ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ଫାଇନାଲ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଉଭୟ ସେମିଫାଇନାଲ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ସୁନ୍ଦରଗଡ଼ ହକି ସଂଘ ଓ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ ୭-୦ ଗୋଲ୍‌ରେ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀକୁ ପରାସ୍ତକରି ପ୍ରଥମ ଦଳଭାବେ ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ଦଳ ପକ୍ଷରୁ ବିନତୀ ମିଞ୍ଜ ସର୍ବାଧିକ ୩ଟି ଗୋଲ୍‌ (୧୧, ୧୪, ୧୯) ଦେଇଥିବାବେଳେ ଅଞ୍ଜନା ଖାଖା ୨ଟି (୧୭, ୨୯) ଏବଂ ଅଧିନାୟିକା ରୋଜମେରୀ ଖାଲଖୋ (୩) ଓ ସୋନିଆ ମିଞ୍ଜ (୭) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଦ୍ବିତୀୟ ସେମିଫାଇନାଲରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ୪-୦ ଗୋଲ୍‌ରେ ଖୋର୍ଦ୍ଧାକୁ ପରାସ୍ତ କରିଛି। ଦଳ ପକ୍ଷରୁ ପୂଜା ରାମଚୁରିଆ (୩୯), ଅନୁଷ୍କା ଭାୱରେ (୪୧), ଦ୍ରୁପତି ନାଏକ(୪୪) ଓ ଶୀତଳ ଯାଦବ(୪୯) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।

Leave a Reply

Your email address will not be published. Required fields are marked *