ରାଜନଗର,୨/୯: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ମର ଶରୀରକୁ କରାଯାଇଛି ଅସମ୍ମାନ, ମୈ।ଖିକ ଅଭିଯୋଗ ଆଧାରରେ ଥାନା ସମ୍ମୁଖରେ ଏକ ଘଣ୍ଟା ଶବ ଅଟକ, ସଵୁଜାଣି ଅଜଣା ପାଲଟିଥିବା ଝିଅଘର ଲୋକେ ଝିଅକୁ ନିର୍ଯାତନା ଦେଇ ମାରିଦେଇ ଥିବା ମିଥ୍ୟା ଆରୋପରେ ଥାନାରେ କରିଥିଲେ ଅଭିଯୋଗ ଵୋଲି ଶାଶୁଘର ଲୋକଙ୍କ ଅଭିଯୋଗ । ଝିଅଘର ଅଭିଯୋଗ ପାଇ ମଶାଣୀରୁ ଟେକି ଆଣି ଶଵ ଵ୍ୟବଛେଦ ପାଇଁ ପଠାଇ ଥିଲା ପୋଲିସ । ବ୍ୟବଛେଦ ପରେ ଶାଶୁଘର ଲୋକ ଶବକୁ ନେବାକୁ ମନା କରିବାରୁ ବାପଘର ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିଥିବା ଜଣାପଡିଛି। ପୋଲିସ କେଶ୍ ରୁଜୁକରି ତଦନ୍ତ ଜାରିରଖିଥିବା ବେଳେ ଅଟକ ବାପ ଓ ପୁଅକୁ ପୋଲିସ୍ ଛାଡିଦେଇଛି । ଘଟଣାଟି ଘଟିଛି ରାଜନଗର ଗଳିକାଣ୍ଡ ବିଜୟ ପରିଡାଙ୍କ ପୁଅ ଭାଗ୍ୟର ପରିଡା ପ୍ରାୟ ୩/୪ବର୍ଷ ପୂର୍ଵେ ସାନ ବଡ ଗୋପଳପୁରୁ ଗ୍ରାମର ଲମ୍ବୋଦର ବିଶ୍ବାଳଙ୍କ ଝିଅ ସୁଭଦ୍ରା ଵିଶ୍ବାଳକୁ ଭଲପାଇ ଥିଲା ପରେ ଝିଅ ଓ ପୁଅ ଘର ସହମତିରେ ବିବାହ ସମ୍ପନ୍ନ ହୋଇ ସୁଖ ଶାନ୍ତିରେ ଶାଶୁଘରେ ରହି ଆସୁଥିଲା ।
୯ମାସର ଗର୍ଭବତୀ ଥିବା ସ୍ତ୍ରୀ ସୁଭଦ୍ରାକୁ ଯନ୍ତ୍ରଣା ହେବାରୁ ୭/୮ ଦିନ ହେବ ସ୍ଵାମୀ ଓ ଶାଶୂଘର ତଥା ମା ଘର ଲୋକଙ୍କ ଜଣାତରେ ପ୍ରଥମେ ରାଜନଗର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର , ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଗୁରୁତର ଅବସ୍ଥାରେ କଟକ ଏସ୍ ସିବିକୁ ଶନିବାର ଦିନ ନିଆଯାଇଥିଲା। ସେହିଦିନ ରାତିରେ ମୃତ ଶିଶୁ ପୁତ୍ର ଜନ୍ମ ଦେଈ ସୁଭଦ୍ରା ଗୁରୁତର ହେବାରୁ ତାକୁ ଆଇୟୁସିରେ ଭର୍ତ୍ତି କରି ଡାକ୍ତରୀ ଟିମ୍ ଡାଇଲୋସି କରିଥିଲେ ହେଲେ ସୁଭଦ୍ରାକୁ ପଞ୍ଚାଇ ପାରିନଥିଲେ । ସେଠାରେ ଉପସ୍ଥିତ ଥିବା ଶାଶୁଘର ଓ ମା ଘର ଲୋକଙ୍କ ଜଣାତରେ ଶବକୁ ରାଜନଗର ଅଣାଯାଇଥିଲା । ଦୀର୍ଘ ସମୟଧରି ଉପବାସରେ ରହିଥିବା ବନ୍ଧୁ ବାନ୍ଧବ ଶବ ସତ୍କାର ପାଇଁ ମଶାଣିକୁ ଶବ ନେଇ ଯିବା ବାଟରେ ଥାନା ନିକଟରେ ଯୋଜନା ବଦ୍ଧ ଭାବରେ ସୁଭଦ୍ରାକୁ ମାରି ଦିଆଯାଇଥିବା ଆଳରେ ଝିଅଘର ପକ୍ଷରୁ ମୈଖିକ ଅଭିଯୋଗରେ ପୋଲିସ ପ୍ରାୟ ଦୀର୍ଘ ଏକ ଘଣ୍ଟା ଶବକୁ ଅଟକାଇ ମେଡିକାଲ କାଗଜ ପତ୍ର ଯାଞ୍ଚ କରି ଜାଣିବାକୁ ପାଇଥିଲେ ସୁଭଦ୍ରା ଚିକିତ୍ସା ସମୟରେ ମେଡିକାଲରେ ମୃତ୍ୟୁବରଣ କରିଛି ।
କାଗଜାତ ପ୍ରମାଣ ଆଧାରରେ ପୋଲିସ ଶଵ ଦାହା ପାଇଁ ଛାଡି ଥିଲେ। ହେଲେ ଶୁଣିବାକୁ ମିଳୁଛି କିଛି ସମୟ ବ୍ୟବଧାନରେ ଜନୈକ ରାଜନେତାଙ୍କ ଇଶରାରେ ଥାନାରେ ଝିଅର ଵାପା ଶ୍ରୀ ଲମ୍ବୋଦର ବିଶ୍ବାଳ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଗତ ୨୪ ତାରିଖରେ ତାର ଶାଶୁ ଓ ଶୁଶୁର ଗୋଇଠା ମାରି ଥିଲେ, ସେଥିପାଇଁ ଗର୍ଭବତୀ ଥିବା ଝିଅ ମୋର କଷ୍ଟ ପାଇବାରୁ ତାକୁ ରାଜନଗର ଠାରୁ କଟକ ହସ୍ପିଟାଲ ପର୍ଯ୍ୟନ୍ତ ନେଇ ମାରି ଦେଇଥିବା ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି । ସୋମବାର ଦିନ ବ୍ୟବଛେଦ ପରେ ମିଥ୍ୟା ଆରୋପ ଲଗାଇଥିବା ଝିଅର ମା ଘର ଲୋକଙ୍କ କାର୍ଯ୍ୟ କଳାପକୁ ବିରୋଧ କରି ଶଵ ଗ୍ରହଣ କରିନଥିଲେ ଶାଶୁଘର ଲୋକେ। ଶେଷରେ ମା ଘର ଲୋକ ପୁରୀ ସ୍ବର୍ଗ ଦ୍ଵାରରେ ଶବଦାହ କରିଥିବା ସୂଚନା ମିଳିଛି। ଏଭଳି ଘଟଣାକୁ ସାଧାରଣ ଲୋକ ନିନ୍ଦା କରିଛନ୍ତି
