ଫାଣ୍ଡି ଭିତରେ ପୁଲିସକୁ ଆକ୍ରମଣ

ବଲାଙ୍ଗୀର
Spread the love

ବଲାଙ୍ଗୀର, ୩/୯: ବଲାଙ୍ଗୀର ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପ ସୀମାରେ ପାର। ରାଜ୍ୟ ପୁଲିସ ଅପରାଧ ଓ ନିଶା କାରବାର ମୂଳପୋଛ କରିବାକୁ ବିଭିନ୍ନ ମିସନ୍‌ ହାତକୁ ନେଉଛି। ଅଥଚ, ଏଠାରେ ପୁଲିସ ଉପରେ ଆକ୍ରମଣ ହେଉଛି। ତାହା ପୁଣି ଫାଣ୍ଡି ଭିତରେ। ଉଦ୍‌ବେଗଜନକ କଥା ହେଲା, ଏହି ମାମଲାରେ କୌଣସି ବଡ଼ ଅଧିକାରୀ ମୁହଁ ଫିଟାଉନାହାନ୍ତି। କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇନାହିଁ। ଘଟଣାଟି ଚାରି ଦିନ ତଳେ ଘଟିଛି ସଇନ୍ତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରେ। ଫାଣ୍ଡି ଭିତରେ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଓ କନେଷ୍ଟବଳ ତପନେ ନାଗଙ୍କୁ ଆକ୍ରମଣ ହୋଇଛି। ଫାଣ୍ଡି ଭିତରକୁ ପଶି କିଛି ଦୁର୍ବୃତ୍ତ ପୁଲିସକୁ ମାଡ଼ ମାରିବା ସହ ଆଶାଳୀନ ଭାଷାରେ ଗାଳିଗୁଲଜ କରି ଫେରାର ହୋଇଯାଇଛନ୍ତି। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ ଏଯାଏଁ କିଛି କାର୍ଯ୍ୟାନୁଷ୍ଠାନ ନହେବା ଆଶ୍ଚର୍ଯ୍ୟ ଲାଗୁଛି ଛି।

Leave a Reply

Your email address will not be published. Required fields are marked *