ବାପାଙ୍କ ଉପରେ ଚଢିଗଲା ପୁଅର ବରଯାତ୍ରୀ ଗାଡି

ବଲାଙ୍ଗୀର ରାଜ୍ୟ
Spread the love

ପାଟଣାଗଡ଼, ୨୬/୧୧ : ବେଲପଡ଼ା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଚୈତନ୍ୟ ବାଗ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ସଦରଥାନା ଆମ୍ବପାଲି ଗାଁ ରୁ ଚୈତନ୍ୟ ବାଗ ତାଙ୍କ ପୁଅ ବାହାଘର ପାଇଁ ବେଲପଡା ଥାନା ମଣ୍ଡଳ କୁ ଆସିଥିଲେ ।ବରଯାତ୍ରୀ ପ୍ରୋସେସନରେ କନ୍ୟା ଘରକୁ ଯାଉଥିବାବେଳେ ବରଯାତ୍ରୀ ଗାଡି ବରପିତା ଚୈତନ୍ୟ ବାଗ ଓ କନ୍ୟା ପକ୍ଷର ଜଣଙ୍କୁ ଧକ୍କା ଦେଇଥିଲା । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳ ରେ ବେଲପଡା ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *