5708f8a6 1e32 4e45 B643 686d6dd48523

ସ୍ୱାଧୀନତା ସଂଗ୍ରାମୀ ନିଶାମଣି ଖୁଣ୍ଟିଆଙ୍କ ୪୪ତମ ଶ୍ରାଦ୍ଧୋତ୍ସବ ପାଳିତ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ପ୍ରଜାସମାଜବାଦୀ ଦଳର ପୂର୍ବତନ ବିଧାୟକ, ସମାଜ ସଂସ୍କାରକ, ସର୍ବଭାରତୀୟ ହିନ୍ଦ୍ ମଜଦୂର ସଙ୍ଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ଓ କୃଷକ ନେତା ସ୍ବର୍ଗତ ନିଶାମଣି ଖୁଣ୍ଟିଆ ଙ୍କ ୪୪ ତମ ଶ୍ରାଦ୍ଧୋତ୍ସବ ,ଗୋବିନ୍ଦପୁର , ଭଟ୍ଟଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି। ନିଶାମଣି ଖୁଣ୍ଟିଆ ସ୍ମୁତିକମିଟି ର ସମ୍ପାଦକ ରଞ୍ଜନ କୁମାର ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା , ସମାଜସେବୀ ଧୂନଚନ୍ଦ୍ର ସେନାପତି, ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ବେଉରା, ଦେବବ୍ରତ ମହାନ୍ତି, ସୁଧାକର ବରାଳ, ଗଗନ ଖଣ୍ଡୁଆଳ , ପୁର୍ବତନ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ, ମଧୁ ସୁଦନ ସାହୁ, ସୁରେନ୍ଦ୍ର କୁମାର ବେଉରା ଓ ନରେନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଖୁଣ୍ଟିଆ ଙ୍କ କ୍ରାନ୍ତିକାରୀ ସଂଗ୍ରାମ ର ସ୍ମୁତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ସେ ୧୯୪୬ ମସିହାରେ ଝଙ୍କଡ଼ ସାରଳା ମନ୍ଦିରରେ ବଳିପ୍ରଥା ଉଚ୍ଛେଦ କରିଥିବା ବେଳେ ୧୯୫୪ ମସିହାରେ ମନ୍ଦିରରେ ହରିଜନ ପ୍ରବେଶ ଆଦି ବହୁ ଯୁଗାନ୍ତକାରୀ ସଂସ୍କାର ମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ମୁତିସଭାରେ କମିଟି ର ସଭାପତି ଡଃ ପୀତାମ୍ବର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *