ଦୀର୍ଘ ୬ ବର୍ଷ ପରେ ଖୋଲିବ ଗୁଣ୍ଡିଚା ମନ୍ଦିର…

ପୁରୀ ରାଜ୍ୟ
Spread the love

ପୁରୀ, ୨୬/୧୧ : ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଗୁଣ୍ଡିଚା ମନ୍ଦିର ଦୀର୍ଘ ୬ ବର୍ଷ ହେବ ବନ୍ଦ ରହିଥିଲା । ଫଳରେ ଦୀର୍ଘ ବର୍ଷ ଧରି ଦର୍ଶନରୁ ବଞ୍ଚିତ ରହୁଥିଲେ ସର୍ବସାଧାରଣ । ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟିଛି। ଟେଣ୍ଡର ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜେ ଏହାକୁ ପରିଚାଳନା କରିବ। ଟିକେଟ୍ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ।

Leave a Reply

Your email address will not be published. Required fields are marked *