ଝଙ୍କଡ଼, ୩/୯: ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଆସ ଭେଟିବା ଆମ ପିଲାଙ୍କୁ , ଗତ ବୁଧବାର ଦିନ ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭା ପରିଷଦ ର ସଭାପତି ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ , ନିମନ୍ତ୍ରିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାରଣା, ମିନତୀ ଦାସ ଯୋଗଦେଇଥିଲେ ।
ଏହି ଅବସରରେ ଓଡିଆ କବିତା ଆବୃତ୍ତି ପ୍ରତିଯୋଗିତାରେ ୧୮ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ, ସୁଦେସ୍ନା ଦାସ, ମୋନାଲିସା ଭଟ୍ଟ ଓ ପ୍ରିୟଙ୍କା ମଣ୍ଡଳ ବିଚାରିକା ଭାବରେ ଛଅ ଜଣ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ ହେବାପାଇଁ ଚୟନ କରିଥିଲେ। କୃତି ଶିକ୍ଷାର୍ଥୀ ପ୍ରତୀକ୍ଷା, ଆଦ୍ୟାସା, ଅମିତ୍ , ଆୟୁଷ୍ମାନ , ଶୁଭାଶିଷ ଓ ସ୍ଵୟମ୍ ଙ୍କୁ ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ଦିଆଯାଇ ପୁରସ୍କୃତ କରାଯାଇ ଥିଲା । ଶେଷରେ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ୍ ଦେଇଥିଲେ।
