ଝଙ୍କଡ଼: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନୂଆ ପୋଖରୀ ସ୍ଥିତ ଓମ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷା, ସଂସ୍କାର ଏବଂ ଉତ୍ତମ ଚରିତ୍ର ଗଠନ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ପ୍ରଧାନ ଆଚାର୍ଯ୍ୟା ରେଶମା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା କମିଟି ସଦସ୍ୟ ତଥା ଅବସରପ୍ରାପ୍ତ ଅନୁଶାସନ ସଚିବ ବିଷ୍ଣୁ ପ୍ରସାଦ କାନୁନଗୋ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ତଥା ପ୍ରବଚକ ଅରୁଣ କୁମାର ପଣ୍ଡା ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ ଶିକ୍ଷାବିତ୍ ତଥା ପାଠ୍ୟ ପୁସ୍ତକ ପ୍ରଣେତା ରମାକାନ୍ତ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନା କମିଟି ସମ୍ପାଦକ ପ୍ରଶାନ୍ତ କୁମାର ଓଝା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଜଣେ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ମାର୍ଗଦର୍ଶନ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଶିଶୁମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଓ ଅଭିନୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଜୀ ତରୁଣ ସ୍ୱାଇଁ, ଜାହାଙ୍ଗୀର ଅଲ୍ଲୀ, ଗୁରୁମା ଅର୍ପିତା ପ୍ରିୟଦର୍ଶିନୀ ସାହୁ, ଜ୍ୟୋତି ପ୍ରଭା ନାୟକ, ପ୍ରୀତି ଛନ୍ଦା ସୁତାର, ରୋଜାଲିନ ଗଛାୟତ, ମଧୁସ୍ମିତା ଦାଶ, ସ୍ୱର୍ଣ୍ଣଲତା ଖୁଣ୍ଟିଆ, ଶ୍ରୀଲେଖା ମଲ୍ଲିକ, ସସ୍ମିତା ଓଝା ଏବଂ ଶିକ୍ଷା କର୍ମୀ ପ୍ରତିମା ମହାପାତ୍ର ସହଯୋଗ କରିଥିଲେ।
ଏହି ଉତ୍ସବରେ ଶିକ୍ଷାବିତ୍ ପଦ୍ମ ଚରଣ ବିଶ୍ୱାଳ, ଅଭୟ କୁମାର ବସ୍ତିଆ, ବସନ୍ତ ଓଝା ଏବଂ ଓମ୍ ପ୍ରକାଶ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।
