ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ତମ ଶ୍ରାଦ୍ଧଉତ୍ସବ ପାଳିତ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ୱାଭିମାନର ମନ୍ତ୍ରଦାତା। ବିଭିନ୍ନ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ ଭାବେ ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଓଡ଼ିଶାର ବିକାଶ ତଥା ଓଡ଼ିଆ ଜାତିର ଉତ୍ଥାନ ପାଇଁ ତାଙ୍କର ଅବଦାନ ସଦା ଅବିସ୍ମରଣୀୟ। ଗତ ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ମୂଳିସିଂହ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ମଧୁବାବୁଙ୍କ ୯୨ତମ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଅତିଥିମାନେ ଏହି ମତ ପ୍ରକାଶ କରିଛନ୍ତି।

ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ନିର୍ଦ୍ଦେଶକ ବିକ୍ରମ ଜେନା, ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ ବେହେରା ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ କ୍ରାନ୍ତିକାରୀ ସଂଗ୍ରାମ ଏବଂ ଆଦର୍ଶ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧୁବାବୁଙ୍କ ଜୀବନୀ ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ମହାପୁରୁଷଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *