ଭିବି-ଜି ରାମ ଜି ବିଲ୍-୨୦୨୫କୁ ରାଷ୍ଟ୍ରପତିଙ୍କ ଅନୁମୋଦନ: ନିଯୁକ୍ତି ଗ୍ୟାରେଣ୍ଟି ୧୨୫ ଦିନକୁ ବୃଦ୍ଧି

ଭୁ‌ବନେଶ୍ବର, ୨୨/୧୨: ରାଷ୍ଟ୍ରପତି ଗ୍ରାମୀଣ ନିଯୁକ୍ତି ନୀତିର ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ୱରୂପ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ପାଇଁ ଗ୍ୟାରେଣ୍ଟି ମିସନ୍‌ (ଗ୍ରାମୀଣ) (ଭିବି-ଜି ରାମ ଜି) ବିଲ୍, ୨୦୨୫କୁ ଅନୁମୋଦନ କରିଛନ୍ତି। ଏହି ଆଇନ ଗ୍ରାମୀଣ ପରିବାର ପାଇଁ ପ୍ରତି ଆର୍ଥିକ ବର୍ଷରେ ସାମ୍ବିଧାନିକ ମଜୁରିଭିତ୍ତିକ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରିଛି। ଏହା ସଶକ୍ତୀକରଣ ଓ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ସହ ଏକ ସମୃଦ୍ଧ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର୍‌ ଠକେଇ ନେଟ୍‌ୱର୍କ: ଦିଲ୍ଲୀରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଛି

ଛତ୍ରପୁର, ୨୨/୧୨: ଦିଲ୍ଲୀରୁଗଞ୍ଜାମଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା ସାଇବର୍‌ ଠକେଇର ଏକ ବଡ଼ ଧରଣର ନେଟ୍‌ୱର୍କ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍‌ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ନେଟ୍‌ୱର୍କକୁ ଚଳାଇଥିବା ବେଳେ ଏଥିପାଇଁ ମୁଖ୍ୟ ଏଜେଣ୍ଟ୍‌କୁ ବି ନିଯୁକ୍ତି ଦେଇଥିଲା। ମଧ୍ୟସ୍ଥିଙ୍କ ମାଧ୍ୟମରେ ବ୍ୟାଙ୍କ୍‌ରେ ଜମାଖାତା ଖୋଲାଯାଉଥିଲା। ଏହାପରେ ମାଷ୍ଟରମାଇଣ୍ଡ୍‌ ରଜତ ଉକ୍ତ ଜମାଖାତାଗୁଡ଼ିକୁ ବିଭିନ୍ନ ପ୍ରକାର ଅନଲାଇନ୍‌ ଗେମ୍‌ ଓ ଠକେଇରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଦୁଇବର୍ଷ ଧରି ଚାଲିଥିବା ଏହି ନେଟ୍‌ୱର୍କକୁ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨/୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଏକ ଟେଲିଫୋନ ବାର୍ତ୍ତାଳାପ ସମୟରେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ମିଳିତ ଭାବରେ ଘୋଷଣା କରାଯାଇଥିଲା। ଏହି ଚୁକ୍ତିନାମା କେବଳ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଉନ୍ନତ କରିବ ନାହିଁ ବରଂ ସୁରକ୍ଷାବାଦୀ ଆମେରିକା ବାଣିଜ୍ୟ ନୀତି ସାମ୍ନାରେ ଭାରତର ବିକଳ୍ପ ବିଶ୍ୱ ସହଭାଗୀତାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ, ୨୨/୧୨ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସିଭିଲ୍ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବିନ୍ଦ୍ର କୁମାର ବାରିକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ, ଗୋପାଳ ଗାଁରେ ଥିବା ଆବାସିକ ୩ ମହଲା କୋଠା, ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଏବଂ ଜିମ୍, କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭଡା ଘରେ ବିଭାଗ ରେଡ୍ କରୁଛି। ୩ […]

ସଂପୂର୍ଣ୍ଣ ପଢନ୍ତୁ

କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା

ଭୁବନେଶ୍ଵର, ୨୨/୧୨: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ଅଭିଯୋଗରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିରଫ

ନୂଆଦିଲ୍ଲୀ, ୨୨।୧୨: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ ଶନିବାର ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌ଡେପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ରପ୍ତାନୀ ଏବଂ ଅନ୍ୟ କାରବାରରେ ସଂପୃକ୍ତ ଘରୋଇ ଓ ବିଦେଶୀ କମ୍ପାନୀ ନିକଟରୁ ଦୀପକ ନିୟମିତ ଭାବେ ଲାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜ’ର ସ୍ୱର ଭାବେ ଆମେ ଦାୟିତ୍ୱ ତୁଲାଇବା: ସ୍ବାସ୍ଥ୍ୟମନ୍ତ୍ରୀ

ଡୁଙ୍ଗୁରିପାଲି, ୨୨/୧୨: ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତେଣୁ ‘ସମାଜ’ର ସ୍ୱର ଭାବେ ଆମେ ନିଜର ଦାୟିତ୍ୱ ତୁଲାଇବା। ଏଭଳି ମତ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆର୍‌ଏମ୍‌ସି ପରିସରରେ ବ୍ଲକ ‘ସମାଜ’ ପାଠକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ମହାଲିଙ୍ଗ ଏହି ମତପ୍ରକାଶ କରିଛନ୍ତି।‘ସମାଜ’ ପାଠକ ମଞ୍ଚର ସଭାପତି ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡ. […]

ସଂପୂର୍ଣ୍ଣ ପଢନ୍ତୁ

ଖାଦ୍ୟ ବିଷକ୍ରିୟା : ପରିବାରର ୩ ମୃତ

ଅନୁଗୋଳ, ୨୨/୧୨: ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ ,(୫୦) ବଡ଼ ପୁଅ ଭାରତ ସାହୁ(୩୦) ଓ ସାନ ପୁଅ ଲିଟୁ ସାହୁ(୨୧) ଚିକେନ୍ ଭାତ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବଦେଶୀ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବେ ସରକାର

ଭୁବନେଶ୍ୱର, ୨୧/୧୨ : ସରକାରୀ ବିଭାଗ କେବଳ ଓଡ଼ିଶା ସରକାରଙ୍କ ଇ-ମେଲ୍ ଏବଂ ଗ୍ରୁପୱେର ସଲ୍ୟୁସନ ବ୍ୟବହାର କରିବେ। ପଞ୍ଚାୟତ କାର୍ଯ୍ୟାଳୟରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଇ-ମେଲ୍ ବ୍ୟବହାର କରାଯିବ। ତଥ୍ୟ ଆଦାନ ପ୍ରଦାନରୁ ଆରମ୍ଭ କରି ଭିଡିଓ କନଫରେନ୍ସିଂ, ରେକର୍ଡ ସଂରକ୍ଷଣ, ଡ୍ରାଇଭ୍, ଇ-ଲାଇବ୍ରେରୀ ଭଳି କାର୍ଯ୍ୟ ପାଇଁ ଆଉ ବିଦେଶୀ ଇ-ମେଲ୍ କିମ୍ବା ଡୋମେନ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସାଇବର ଅପରାଧ ସହିତ ୱେବ୍‌ସାଇଟ୍ ହ୍ୟାକ୍ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଓ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ

ଝଙ୍କଡ, ୨୧/୧୨: ତିର୍ତ୍ତୋଲ ବ୍ଲକ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଆବିର୍ଭାବ ଉତ୍ସବ ଏବଂ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଙ୍କ ଶୁଭାଗମନ ପ୍ରଥମବାର୍ଷିକ ସ୍ମରଣ ଉତ୍ସବ ଉପଲକ୍ଷେ,ସାରା ଦିବସ ବ୍ୟାପି ବିବିଧ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ବେଦ ମାଙ୍ଗଳିକ ଓ ନହବତ,ଉଷାକୀର୍ତନ, ସମବେତ ପ୍ରାତଃ ବିନୀତି ପ୍ରାର୍ଥନା,ସତ ଗ୍ରନ୍ଥ ପାଠ, ସଂଗୀତାଞ୍ଜଳି, ପ୍ରସାଦ ବିତରଣ,ସତସଙ୍ଗ ସଦାଲୋଚନା,ପ୍ରସାଦ ସେବନ, ମାତୃସମ୍ମିଳନୀ, ଦୀକ୍ଷା ପତ୍ର କାର୍ଯ୍ୟକ୍ରମ, ସମବେତ ବିନତି ପ୍ରାର୍ଥନା, […]

ସଂପୂର୍ଣ୍ଣ ପଢନ୍ତୁ