ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଲେ ନିରଞ୍ଜନ

ଭୂବନେଶ୍ଵର, ୧୫ /୧୨: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ ରହିଛି। ୧୯୮୦ ମସିହା ପରଠାରୁ କଟକ ବିଧାନସଭା ଆସନରେ କେବେ କଂଗ୍ରେସ ଜିତି ପାରିନଥିଲା। କିନ୍ତୁ୨୦୧୯ମସିହାରେ ମୋକିମ ନିଜେ ସେହି ଆସନରେ ଜିତିଥିଲେ।ବର୍ତ୍ତମାନ ସେହି ଆସନରେ ବିଧାୟିକା ଅଛନ୍ତି ତାଙ୍କ ଝିଅ ସୋଫିଆ। ଲଗାତର ମୋକିମଙ୍କ ସହଯୋଗ​‌ରେ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟି ଠାରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର ଉଦଘାଟିତ

କେନ୍ଦ୍ରାପଡ଼ା,୧୫/୧୨: କେନ୍ଦ୍ରାପଡ଼ା ନିୟନ୍ତ୍ରିତ କମିଟି ବଜାରଠାରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାରକୁ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି | ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ,ଜିଲ୍ଲାପାଳ ରଘୁରାମ ଆର ଆୟର,ଚାଷୀ ନେତା ବିଚିତ୍ର କୁମାର ପ୍ରଧାନ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ […]

ସଂପୂର୍ଣ୍ଣ ପଢନ୍ତୁ

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର, ୧୫ / ୧୨: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ବିଜେଡି ନେତାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରହିଛି । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ଲୋକ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି ।ପ୍ରଣବ କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର, ୧୫ / ୧୨: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍‌ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି। ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ 2025 ଓଡ଼ିଶାରେ ପାଳିତ

ଭୁବନେଶ୍ୱର, ୧୫/୧୨: ଜାତୀୟ ଶକ୍ତି ସଂରକ୍ଷଣ ଦିବସ ୨୦୨୫ ଅବସରରେ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ଶକ୍ତି ଦକ୍ଷତାରେ ଉଲ୍ଲେଖନୀୟ ଅବଦାନକୁ ପାଳନ କରାଯାଇଥିଲା। ସକାଳେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ସଚେତନତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଯାପିତ

କଟକ, ୧୫/୧୨: କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଯାପିତ ହୋଇଯାଇଛି।ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଆଜି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍ ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର, ୧୫/୧୨: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି । ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ କରିଛନ୍ତି। ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଦେଓ ପ୍ରତିଷ୍ଠିତ ନ୍ୟାସନାଲ […]

ସଂପୂର୍ଣ୍ଣ ପଢନ୍ତୁ

କ୍ଷେତଚାଷୀ କ୍ଷେତ୍ରମୋହନ ନାୟକ ଙ୍କ ବିୟୋଗରେ ଶୋକ

ଝଙ୍କଡ଼, 14/12: ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ, ଗୋବିନ୍ଦପୁର ଗ୍ରାମର ଜଣାଶୁଣା କ୍ଷେତଚାଷୀ କ୍ଷେତ୍ରମୋହନ ନାୟକ (78) ଝାଟୁଆ ଙ୍କର ଗତ ରବିବାର ଦିନ, ଜଗତସିଂହପୁର ମେଡିକାଲ ରୁ ଘରକୁ ଫେରିବା ପାଇଁ ଏକ ଅଟୋରିକ୍ସା ରେ ବସିବା ସମୟରେ ହଠାତ ହୃଦଘାତ ରେ ପରଲୋକ ହୋଇଯାଇଛି l ଜଣେ ସଫଳ ଚାଷୀ, ମିଷ୍ଟଭାଷି, ସରଳ, ନିରାଡ଼ମ୍ବର ଓ ଧର୍ମପ୍ରାଣ ଭଲମଣିଷ ଭାବରେ ସେ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ l ତାଙ୍କର ମରଶରୀର […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀ ରେ ପ୍ରତିଷ୍ଠା ହେବ, ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଏକାଡେମୀ ର 1989 ବ୍ୟାଚ ବନ୍ଧୁମିଳନ ରେ ମତପ୍ରକାଶ

ଝଙ୍କଡ଼, 14/12: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ପ୍ରାଚୀନ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ର 1989 ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗତ ରବିବାରଦିନ, ବିଭୂତିକ୍ଷେତ୍ର ବାବା ଗୋରେଖନାଥ ଙ୍କ ଏକ ମଣ୍ଡପରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ମା ସାରଳା ଓ ବାବା ଗୋରେଖନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ସରିବା ପରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା l […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌: ୨ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ

କୋରେଇ, ୧୪/୧୨: ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ତନାଘନା ହୋଇଛି। ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା। ଗତକାଲି ଦିଲ୍ଲୀ ସାହିନ୍‌ବାଗ ଥାନା ପୁଲିସ ଯାଜପୁର ଓ ପଡ଼ୋଶୀ ଜିଲ୍ଲାଭଦ୍ରକ ମଞ୍ଜୁରୀରୋଡ୍‌ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି। ମଞ୍ଜୁରୀରୋଡ୍‌ […]

ସଂପୂର୍ଣ୍ଣ ପଢନ୍ତୁ