ବାଖରପୁର ମାଆ ଭଗବତୀ ତୃତୀୟ ବାର୍ଷିକ ଗୀତା ମହାଯଜ୍ଞ ପୂର୍ଣ୍ଣାହୁତି

ଝଙ୍କଡ଼, ୪/୧୨: ତିର୍ତୋଲ ବ୍ଲକ ଅଧୀନ ଝଙ୍କଡ଼ ମଣ୍ଡଳ ବାଖରପୁର ଗ୍ରାମ ଭଗବତୀ ପୀଠ ରେ ରେ ଭଗବତ ଗୀତା ମହାଯଜ୍ଞ ଆଡ଼ମ୍ବର ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶେଷ ହୋଇଯାଇଛି..ଉକ୍ତ ଅନୁଷ୍ଠାନ ରେ ମୁଖ୍ୟ ଆଚାର୍ଯ୍ୟ ନିକୁଞ୍ଜ ବିହାରୀ ଦାଶ, ପଣ୍ଡିତ ଶିବ ପ୍ରସାଦ ଦାଶ, ପଣ୍ଡିତ ଜ୍ଞାନ ରଞ୍ଜନ ନନ୍ଦ, ପଣ୍ଡିତ ଗୋପାଳ ନନା, ପଣ୍ଡିତ ଗୌରାଙ୍ଗ ନନ୍ଦ, ସର୍ବଶ୍ରୀ ନାରାୟଣ ପ୍ରସାଦ ନନ୍ଦ ବେଦ ମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କର୍ମ ସମ୍ପନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ଯରେ ମାଣ୍ଡିଆ କ୍ରୟ ଓ ବିତରଣ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ସମୀକ୍ଷା କଲେ କୃଷି ସଚିବ

ଭୁବନେଶ୍ଵର, ୪/୧୨: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଶ୍ରୀଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ବିତରଣ ଏବଂ କ୍ରୟ ସମ୍ବନ୍ଧୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଶ୍ରୀ ଶୁଭମ ସକ୍ସେନାଙ୍କ ସହ ଭାରତୀୟ […]

ସଂପୂର୍ଣ୍ଣ ପଢନ୍ତୁ

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ

ଝଙ୍କଡ଼, ୪/୧୨: ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଗତ ବୁଧବାରଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ଯୋଗୁଁ ଶହଶହ ରୋଗୀ ଆଶୁଚିକିତ୍ସା ରୁ ବଞ୍ଚିତ ହୋଇ ନିରାଶ ହେବାକୁ ପଡିଛି l ଯେଉଁ ଫାର୍ମାସିଷ୍ଟ ଦୀର୍ଘ ବର୍ଷବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିଲେ, କେତେକ ଜନପ୍ରତିନିଧି ଙ୍କ ମିଥ୍ୟା ଆରୋପ କୁ ଭିତ୍ତିକରି ତାଙ୍କୁ ବଦଳି ଓ ପରେପରେ […]

ସଂପୂର୍ଣ୍ଣ ପଢନ୍ତୁ

ରାୟପୁର ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା

ରାୟପୁର, ୪/୧୨: ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ୩୫୯ର ଭାରତୀୟ ସ୍କୋରର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୬ ଓ୍ୱିକେଟ ହରାଇ ୪୯.୨ ଓଭର୍‌ରେ ୩୬୨ ରନ୍‌ କରି ବିଜୟଲାଭ କରିଛି । ଏବେ ଏହି ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନସ୍ଥିତିରେ ରହିଛନ୍ତି । ଦକ୍ଷିଣଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ଐଡେନ୍‌ ମାର୍କମଙ୍କ ସର୍ବାଧିକ ୧୧୦ ରନ୍‌ କରିଛନ୍ତି । ଏହାସହ […]

ସଂପୂର୍ଣ୍ଣ ପଢନ୍ତୁ

ଲୋକସଭାରେ କେନ୍ଦ୍ରୀୟ ଅବକାରୀ ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୪/୧୨ : ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍‌ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍‌କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍‌ ଅନୁଯାୟୀ ତମାଖୁ ଓ ଏ ସମ୍ପର୍କିତ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ। ବର୍ତ୍ତମାନ ଜିଏସ୍‌ଟି ଅନୁଯାୟୀ ତମାଖୁ ଜାତୀୟ ଉତ୍ପାଦ ଉପରେ ଟିକସ ଲାଗୁ କରାଯାଉଥିବାବେଳେ ଏହାକୁ ପରିବର୍ତ୍ତନ କରାଯିବ। ନୂଆ ବିଲ୍ ଅନୁଯାୟୀ […]

ସଂପୂର୍ଣ୍ଣ ପଢନ୍ତୁ

ବଦଳିଲା ତତ୍କାଳ ଟିକେଟ୍‌ କାଟିବାର ନିୟମ

ନୂଆଦିଲ୍ଲୀ, ୪/୧୨: ଭାରତୀୟ ରେଳବାଇ ଅନଲାଇନ୍‌ ଟିକେଟ୍‌ ବୁକିଂ ନିୟମରେ କିଛି ପରିବର୍ତ୍ତନ କରିଛି । ବର୍ତ୍ତମାନ ଅଫଲାଇନ୍‌ ରିଜର୍ଭେସନ କାଉଣ୍ଟରରୁ ତତ୍କାଳ ଟିକେଟ୍‌ କିଣୁଥିବା ଲୋକଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି । ରେଳବାଇ କାଉଣ୍ଟରରେ ଜାରି ହୋଇଥିବା ଟିକେଟ୍‌ ପାଇଁ ଏକ ଓଟିପି-ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ପ୍ରଚଳନ କରିଛି । ଏହାର ଅର୍ଥ ହେଉଛି ଯଦି ଆପଣ ରିଜର୍ଭେସନ କାଉଣ୍ଟରରୁ ତକ୍ରାଳ ଟିକେଟ୍‌ କିଣନ୍ତି, ତେବେ ଆପଣଙ୍କୁ ପ୍ରଥମେ ଓଟିପି ସେୟାର କରିବାକୁ ପଡିବ […]

ସଂପୂର୍ଣ୍ଣ ପଢନ୍ତୁ

ସଙ୍ଗୀତ କଳା ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯ୍ୟାତନା !

ଭୁବନେଶ୍ଵର, ୪/୧୨: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗ ହୋଇଛି। କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବାର ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଛି। ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ଛାତ୍ର ଗୋଡ଼ରେ ବେଡ଼ି ପକାଇଲେ ପ୍ରଧାନ ଶିକ୍ଷକ!

ନୀଳଗିରି, ୪/୧୨: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି । ବେଗୁନିଆ ୟୁଜିୟୁପି ସ୍କୁଲର ଚତୁର୍ଥଶ୍ରେଣୀରେ ପାଠ ପଢ଼ୁଥିବା ନିକଟସ୍ଥ କମାରଖାଲିଆ ଗାଁର ମଳୟ ସିଂ(୯) ନାମକ ଛାତ୍ରଙ୍କ ଗୋଡ଼ରେ ଦୀର୍ଘ ପ୍ରାୟ ୧୫ଦିନ ହେବ ଏହି ବେଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ସବୁ […]

ସଂପୂର୍ଣ୍ଣ ପଢନ୍ତୁ

ଶାଶୂ ମାଡ଼ରେ ଗର୍ଭସ୍ଥ ସନ୍ତାନ ନଷ୍ଟ ସହ ମାଆ ମୃତ

ମହାକାଳପଡ଼ା, ୪/୧୨: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ଶାଶୂଘର ପକ୍ଷରୁ ଅକଥନୀୟ ନିର୍ଯାତନା ଦିଆଯାଉଥିବାବେଳେ ଶାଶୂ ମାଡ଼ରେ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହେବା ନେଇ ମହିଳାଙ୍କ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ହରିଆବାଙ୍କ ଗ୍ରାମର ସହଦେବ ଆଡ଼ିଙ୍କ ଝିଅ ମଞ୍ଜୁ ଆଡ଼ି ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତାପସ ଗିରିଙ୍କୁ ବିବାହ କରିଥିଲେ। ବିଭାଘରର ୬ ମାସ ପରେ […]

ସଂପୂର୍ଣ୍ଣ ପଢନ୍ତୁ

ବିରୂପା ନଦୀରେ କାର ଖସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ, ୪/୧୨: ଜଗତପୁର ଥାନା ଆଇବି ରୋଡ ସ୍ଥିତ ବିରୂପା ନଦୀରେ କାର ଖସିପଡିବା ଘଟଣାରେ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ୫ଜଣ ସାଙ୍ଗ କାରରେ ଭୁବନେଶ୍ୱରରୁ କଟକ ଆସିବା ବେଳେ ବିରୂପା ନଦୀରେ କାର ପଶିଯିବାରୁ ଜଣେ ନିଖୋଜ ହୋଇ ଯିବା ପରେ ଆଜି ତାଙ୍କ ମୃତଦେହ ଠାବ କିଛନ୍ତି ଅଗ୍ନିଶମ କର୍ମଚାରୀ । ଗତକାଲିଠାରୁ ବହୁ ଖୋଜାଖୋଜି ପରେ ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି ।

ସଂପୂର୍ଣ୍ଣ ପଢନ୍ତୁ