ରାୟପୁର ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା

ଖେଳ ଦେଶବିଦେଶ
Spread the love

ରାୟପୁର, ୪/୧୨: ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ୩୫୯ର ଭାରତୀୟ ସ୍କୋରର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୬ ଓ୍ୱିକେଟ ହରାଇ ୪୯.୨ ଓଭର୍‌ରେ ୩୬୨ ରନ୍‌ କରି ବିଜୟଲାଭ କରିଛି । ଏବେ ଏହି ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନସ୍ଥିତିରେ ରହିଛନ୍ତି । ଦକ୍ଷିଣଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ଐଡେନ୍‌ ମାର୍କମଙ୍କ ସର୍ବାଧିକ ୧୧୦ ରନ୍‌ କରିଛନ୍ତି । ଏହାସହ ଟେମ୍ବା ୪୬ ରନ୍‌ , ମାଥ୍ୟୁ ୬୮ ରନ୍‌ ଓ ଡେଓ୍ୱାଲ୍ଡ ୫୪ ରନ୍‌ ସଂଗ୍ରହ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ବିକେଟ ବିନିମୟରେ ୩୫୯ ରନ ସଂଗ୍ରହ କରିଥିଲା। ଚଳିତ ମ୍ୟାଚରେ ବିରାଟ ଖେଳିଥିଲେ ବିରାଟ ଇନିଂସ । କ୍ରମାଗତ ଭାବରେ ରାଞ୍ଚି ପରେ ରାୟପୁର ଠାରେ ହେଉଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଶତକ ମାରିଥିଲେ ବିରାଟ ।

କୋହଲି ଚଳିତ ଦିନିକିଆ ମ୍ୟାଚ୍ ରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିରାଟ କୋହଲିଙ୍କ ୧୦୨ ରନର ଶତକୀୟ ଇନିଂସ, ଅଧିନାୟକ କେ.ଏଲ. ରାହୁଲଙ୍କ ୬୬ ଏବଂ ରତୁରାଜ ଗାଏକ୍ଵାଡ ୧୦୫ ରନ ବଳରେ ଭାରତ ୩୫୯ ରନ୍‌ କରିଥିଲା ।

Leave a Reply

Your email address will not be published. Required fields are marked *