ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନ କିଣା- ମନ୍ତ୍ରୀ

ଭୁବନେଶ୍ୱର, ୧/୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା । ଏନେଇ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି । ଏପର୍ଯ୍ୟଡ଼୍‌ତ ୧୦ଲକ୍ଷ ୫୦ହଜାର ମେଟ୍ରିକ ଟନ୍‌ ଧାନ କିଣା ହୋଇଥିବା ବେଳେ ୨ଲକ୍ଷ ୩୦ହଜାର ଚାଷୀ ଧାନ ବିକିଛନ୍ତି । ୧୮ଜିଲାରେ ଚାଲିଛି ଧାନ କିଣା, ୧୧ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହାସହିତ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦କୋଟି ଟଙ୍କା ଯାଇଛି । ସବୁ ଚାଷୀଙ୍କ ଧାନ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟ ଶାସନ ସଚିବଙ୍କୁ ୧୫ଦଫା ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୧: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁ ଗର୍ଗ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ଅନୁ ଗର୍ଗଙ୍କୁ ୧୫ଦଫା ନିର୍ଦ୍ଦେଶାନାମା ପ୍ରଦାନ କରିଛନ୍ତି । ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୩୬ ସୁଦ୍ଧା ୫ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି । ଶ୍ରେଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ରୂପ ନେବ ନିକୋ ପାର୍କ

ଭୁବନେଶ୍ଵର, ୧/୧: ଭୁବନେଶ୍ଵର ନିକୋ ପାର୍କର ହେବ ନବକଳେବର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଭୁବନେଶ୍ବର ସ୍ଥିତ ନିକୋ ପାର୍କ ନେବ ନୂଆ ରୂପ । ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଲକ୍ଷ କରି ନିକୋ ପର୍କର ସମ୍ପୂର୍ଣ୍ଣ ନବକଳେବର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ନିକୋ ପାର୍କର ସମ୍ପୂର୍ଣ୍ଣ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର, ୧/୧: ମୁଖ୍ୟ ଶାସନ ସଚିବ ଭାବେ ନିଜ କାର୍ଯ୍ୟକାଳର ଶେଷ କାର୍ଯ୍ୟ ଦିବସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ତାଙ୍କ ସହଧର୍ମିଣୀ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଆରତୀ ଆହୁଜାଙ୍କ ସହିତ ବୁଧବାର ଦିନ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି I ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ […]

ସଂପୂର୍ଣ୍ଣ ପଢନ୍ତୁ

ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ,୧/୧ : ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ […]

ସଂପୂର୍ଣ୍ଣ ପଢନ୍ତୁ