ଓଡିଶାରେ ପ୍ରଥମ ଡିଜିଟାଲ ଜନଗଣନା

ଭୁବନେଶ୍ଵର:ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ବ-ଗଣନା ହେବ। ଏଥିରେ ୩୩ଟି ସରଳ ପ୍ରଶ୍ନ ମାଧ୍ୟମରେ ନିଜ ତଥ୍ୟ ନିଜେ ପ୍ରଦାନ କରିପାରିବେ। ଏପ୍ରିଲ ୧୬ରୁ ମେ’ ୧୫ ଯାଏ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କରାଯିବ। ଗାଁରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନାକାରୀ। ପ୍ରାଥମିକ ଶିକ୍ଷକଙ୍କୁ ଗଣନାକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ ଜଳ ଦିବସ ସମାରୋହ ଅନୁଷ୍ଠିତ ହୋଇଛି ।ସୂଚନା ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ […]

ସଂପୂର୍ଣ୍ଣ ପଢନ୍ତୁ

ନବୀନଙ୍କୁ ସିଧା ନିଶାନା କଲେ ସୌଭିକ ବିଶ୍ଵାଳ

ଭୁବନେଶ୍ଵର:ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ ବିଶ୍ଵାଳ।  ସେ କହିଛନ୍ତି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ। ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡେ ତାହାଲେ ସାମ୍ନା କରିବି।କେବଳ ବାପାଙ୍କ ପାଇଁ ବିଧାନସଭା ଯିବାକୁ ସୁଯୋଗ ମିଳିଛି। ମୋତେ ନିଲମ୍ବନ  ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି।ବାପାଙ୍କୁ ବହିଷ୍କାରର ୫ ଦିନପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା। ଭାବିଥିଲି ମୋତେ ବାପାଙ୍କ ବିଷୟରେ ଡାକି କିଛି କହିବେ ବୋଲି ମାତ୍ରେ […]

ସଂପୂର୍ଣ୍ଣ ପଢନ୍ତୁ

ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ତିର୍ତ୍ତୋଲ ବିଜେଡି

ଝଙ୍କଡ :  ଗତ ରାଜ୍ୟସଭା ଭୋଟ ସମୟରେ କ୍ରସ ଭୋଟିଙ୍ଗ କରିଥିବା ଯୋଗୁଁ ବିଜେଡି ଦଳ ସୁପ୍ରିମୋ ଦଳର ଛଅ ଜଣ ବିଧାୟକ ଙ୍କୁ ନିଲମ୍ବନ କରିଛନ୍ତି | ସୁପ୍ରିମୋ ଙ୍କ ନିଷ୍ପତ୍ତି କୁ ସମ୍ମତି ଜଣାଇ ତିର୍ତ୍ତୋଲ ବିଜେଡି ପକ୍ଷରୁ ବିଧାୟକ ପ୍ରଫେସର ରମାକାନ୍ତ ଭୋଇଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି | ଶତାଧିକ ବିଜେଡି କର୍ମୀ ରଥିପୁର ନିକଟରୁ ଏକ ପଟୁଆର ରେ ବାହାରି ଶାରଳା ରୋଡ଼ ନିକଟ ଆଦିକବି ଶାରଳା ଦାସ ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡରେ ରଜକ ସଙ୍ଘର ୨୧ତମ ବାର୍ଷିକ ବୈଠକ: ତପନ କୁମାର ସେଠୀ ନୂତନ ସଭାପତି ଭାବେ ନିର୍ବାଚିତ

ଝଙ୍କଡ  : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତର ମୁରାରୀପୁର ଗ୍ରାମଠାରେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ରଜକ ସଙ୍ଘର ୨୧ତମ ବାର୍ଷିକ ‘ଦଶ ମାହାଲି’ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଭିମନ୍ୟୁ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ସେଠୀ ସଭାପତିତ୍ୱ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଭାତ କୁମାର ସେଠୀ ଓ ଅରବିନ୍ଦ ସେଠୀ ସମ୍ମାନିତ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ

ବିଶିଷ୍ଟ ଶିକ୍ଷାବିତ ଓ ନାଟ୍ୟବିତ ପବିତ୍ରମୋହନ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

କଟକ: କଟକ ସଦର ୪୨ ମୌଜା ଅନ୍ତର୍ଗତ କୁଳସରିଚୁଆଁ ନିବାସୀ ବିଶିଷ୍ଟ ଶିକ୍ଷାବିତ, ଦକ୍ଷ ସଂଗଠକ ତଥା ଲୋକପ୍ରିୟ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଭବ୍ୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଖଲର୍ଦାସ୍ଥିତ ପ୍ରଦୀପ ପ୍ୟାଲେସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସଭା ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ତୈଳ […]

ସଂପୂର୍ଣ୍ଣ ପଢନ୍ତୁ

କିଲିପାଳରେ ଗୀତାଜ୍ଞାନଯଜ୍ଞ ଉଦଯାପିତ

ଝଙ୍କଡ଼ : ତିର୍ତ୍ତୋଲବ୍ଲକ, କନିମୁଳ ପଞ୍ଚାୟତ ଅଧିନ କିଲିପାଳ ଗ୍ରାମରେ, ବଜରଙ୍ଗ ସେବାସଙ୍ଘ (ଚାରଣ ଶାଖା )ଓ କିଲିପାଳ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକବିଂଶତମ ଗୀତାଜ୍ଞାନ ନାମ ମହାଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଗତ 17/3/2026,ମଙ୍ଗ20ଳବାର ଠାରୁ ଆରମ୍ଭ ହୋଇଥିବା ଏହି ମହାନ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 21/3/2026 ଶନିବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି | ଏହି ଉପଲକ୍ଷେ ଶ୍ରୀ ଶ୍ରୀ ହନୁମାନଜୀଉ ଙ୍କର ଭବ୍ୟମନ୍ଦିର ଓ ନୂତନ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହରେ କାଫୁଲାପାର୍ଟିର ଇଦ ଶୋଭାଯାତ୍ରା

ଝଙ୍କଡ଼  :  ପବିତ୍ର ଇଦପର୍ବ ପାଳନ ଅବସରରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୂଳିସିଂହ ହରସିଂପୁର (ଝଙ୍କଡ଼ ) ସ୍ଥିତ ମାଇକା ମଦରସା ପାଖରୁ କାଫୁଲାପାର୍ଟି, ଇଦଶୋଭାଯାତ୍ରା ବାହାରି ଥିବା ବେଳେ ଅନ୍ୟଏକ ଶୋଭାଯାତ୍ରା ବଡ଼ମୂଳିସିଂହ ବସ୍ତି ରୁ ଶୁଭାରମ୍ଭ ହୋଇ, ଏ ଅଞ୍ଚଳର ମୁଖ୍ୟ ବାଣିଜ୍ୟକେନ୍ଦ୍ର ସହରହାଟ ବାଟଦେଇ, ଆଉରଙ୍ଗଯେବ ଙ୍କ ଦ୍ୱରା ପ୍ରତିଷ୍ଠିତ ଐତିହାସିକ ଶୂନମହଜିଦ ପାଖରେ ପହଞ୍ଚିବା ପରେ ଖାନଚନ୍ଦ୍ରପୁର, କାଳିନାଗ, ତଳସହର ଆଦି ବିଭିନ୍ନବସ୍ତି ବା ନଗରପରିକ୍ରମା କରିଥିଲେ | ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ମାର୍ଚ୍ଚ ୩୧ ସୁଦ୍ଧା ପାନ୍ -ଆଧାର ଲିଙ୍କ ଶେଷ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ଆୟକର ବିଭାଗ ପକ୍ଷରୁ ମାର୍ଚ୍ଚ ୨୦୨୬ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୂତନ ବିଜ୍ଞପ୍ତି ଏବଂ ନିୟମ ଜାରି କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବାରୁ ଆଧାର-ପାନ ଲିଙ୍କ୍ କରିବାର ଶେଷ ସୁଯୋଗ ଦିଆଯାଇଛି। ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଯଦି ଆପଣ ନିଜର ପାନ୍‌କୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଆପଣଙ୍କର ପାନ୍ କାର୍ଡ ଅକାମୀ ହୋଇଯିବ। ବର୍ତ୍ତମାନ ଏଥିପାଇଁ ଜଣେ ବ୍ୟକ୍ତି ୧,୦୦୦ ର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ଗିରଫ

ଭୁବନେଶ୍ୱର : ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ଦୁଇ ଗିରଫ। ହଙ୍ଗାମା କରିଥିବା ଦୁଇ ଯୁବକ ଗତକାଲି ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ ହୋଇଥିଲେ। ବିଜେଡି ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ପ୍ରତାପ ଜେନା ରହୁଥିବା ସରକାରୀ ବାସଭବନ ଆଗରେ ହଙ୍ଗାମା ଘଟଣାରେ ୨ ଜଣ ଗିରଫ। ସେମାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ପୂର୍ବତନ ଛାତ୍ର ବିଜେଡ଼ି କାର୍ଯ୍ୟକର୍ତ୍ତା ସିଦ୍ଧାର୍ଥ ସ୍ୱାଇଁ ଓ ଦେବୀପ୍ରସାଦ ଲେଙ୍କା। […]

ସଂପୂର୍ଣ୍ଣ ପଢନ୍ତୁ