Owa

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ସାଂସଦ ଅସଉଦ୍ଦିନ ଓଓ୍ବେସୀ

ଦେଶବିଦେଶ
Spread the love

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ଓଓ୍ବେସୀ କହିଛନ୍ତି, ପହଲଗାଓଁ ଆକ୍ରମଣ ପରେ କାଶ୍ମୀରବାସୀ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପାକିସ୍ତାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ କାଶ୍ମୀରବାସୀଙ୍କ କଥା ମଧ୍ୟ ଚିନ୍ତା କରନ୍ତୁ।

କାଶ୍ମୀରବାସୀଙ୍କୁ ପୋଷ୍ୟ କରିବା ମନ୍ତବ୍ୟ ନେଇ ଓଓ୍ବେସୀ କହିଛନ୍ତି, ସରକାର କାଶ୍ମୀରବାସୀଙ୍କ ମାନବାଧିକାରର ସୁରକ୍ଷା କରନ୍ତୁ। ସେମାନଙ୍କୁ ସେମାନଙ୍କ ଅଧିକାର ମିଳୁ। କାଶ୍ମୀର ଛାତ୍ରଛାତ୍ରୀଙ୍କୁ ଦେଶର ଅନ୍ୟ ସ୍ଥାନଗୁଡ଼ିକରେ ଆକ୍ରମଣ କରା ନ ଯାଉଛି। ଏସବୁ ଉପରେ ସରକାର ଧ୍ୟାନ ଦେବା ଉଚିତ। ବାସ୍ତବରେ ଏହା ଏକ ଐତିହାସିକ ମୁହୂର୍ତ୍ତ। ଏହାକୁ ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀ ହାତଛଡ଼ା କରିବା ଅନୁଚିତ ବୋଲି ଓଓ୍ବେସୀ କହିଛନ୍ତି।

Leave a Reply

Your email address will not be published. Required fields are marked *