ଜଗତସିଂହପୁର / ଝଙ୍କଡ଼ : କୃଷିପ୍ରଧାନ ରାଜ୍ୟ ଓଡ଼ିଶାର ସମସ୍ତ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ମୂଲ୍ୟରେ ଧାନ କିଣାଯାଇ, ମାତ୍ର ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ ସେମାନଙ୍କର ଯଥାର୍ଥ ପ୍ରାପ୍ୟ ପ୍ରଦାନ କରିବା କ୍ଷେତ୍ରରେ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ ମାର୍ଗଦର୍ଶନ ରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିବାରୁ , ଗତ ଶନିବାର ଦିନ ପୂର୍ବାହ୍ନରେ, ତିର୍ତ୍ତୋଲ ସ୍ଥିତ ବୀଣାପାଣି ମଣ୍ଡପରେ ଆୟୋଜିତ ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଖାଦ୍ୟ ଖାଉଟିକଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ଆବେଗ ପୂର୍ଣ୍ଣ ଆହ୍ଵାନ ଦେଇଅଛନ୍ତି। ସମ୍ମାନିତ ଅତିଥି ଭାବରେ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ମହେଶ୍ୱର ସାହୁ , ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି ତପନ କୁମାର ବେହେରା , ରାଜ୍ୟ ଉପ ସଭାପତି ହୃଷୀକେଶ ଜେନା , କିଶାନ୍ ମୋର୍ଚ୍ଚା ର ପୁଲିନ୍ ପ୍ରକାଶ ପୁହାଣ , କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ , ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର , ବିକାଶ ପାଢ଼ୀ , ରାଜ୍ୟ ମହିଳା ମୋର୍ଚ୍ଚା ର ଉପ ସଭାପତି ସ୍ମିତା ପ୍ରଧାନ ଓ ସକ୍ରିୟ ସଦସ୍ୟ ବିବେକା ନନ୍ଦ ହୋତା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।ରାଜ୍ୟ କିଷl ନ୍ ମୋର୍ଚ୍ଚା ର ସଂଯୋଜିକ l ଜୟଲକ୍ଷ୍ମୀ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ସହିତ ସମସ୍ତ୍ କାର୍ଯକ୍ରମର ସଂଯୋଜନା କରିଥିବା ର ଦେଖିବାକୁ ମିଳିଥିଲା।ଏହି ଅବସରରେ କୃଷି କ୍ରୀଡା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଦକ୍ଷତା ଓ ସଫଳତା ଅର୍ଜ୍ଜନ କରିଥିବା କେତେକ ପ୍ରତିଭାବାନ ଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା।
