କଟକ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) ଦଶମ ପରୀକ୍ଷାରେ କଟକ ମହାନଦୀ ବିହାର ସ୍ଥିତ ଏପିଏସ କ୍ଲାସେସ ପୁଣିଥରେ ଦର୍ଶାଇଛି ତାଙ୍କର ଶିକ୍ଷାଦାନ ସେବାର ସଫଳ ଉତ୍କୃଷ୍ଟତା ଆଉ ଉତ୍କର୍ଷତା । ଏବର୍ଷ ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ଫଳାଫଳ କରି ଶିକ୍ଷାନୁଷ୍ଠାନକୁ ଗୌରବାନ୍ଵିତ କରିଛନ୍ତି ।
ଏହି ସଫଳତାର ଶୀର୍ଷରେ ସେଣ୍ଟ ଜାଭିୟର ହାଇସ୍କୁଲ ନୂଆବଜାର ପ୍ରତିଭାବାନ୍ ଆଦର୍ଶ ଛାତ୍ର ପାର୍ଥ ପ୍ରୀତମ ପତି ଯେକି ଏପିଏସ କ୍ଲାସେସରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବେ ଅଧ୍ୟୟନ କରି ଚଳିତ ବର୍ଷ ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ୯୯.୬% ନମ୍ବର ରଖି କଟକର ଟପର୍ ଭାବେ ଉଦୀୟମାନ ହୋଇଛନ୍ତି ।
ସେହିପରି ଏପିଏସର ସନ୍ତୋଷ ସ୍ୱାଇଁ ୯୬.୨%,ଆଦିତ୍ୟ ବେହେରା ୯୬%, ଅଂଶୁମାନ ରାଉତ ୯୪%,ଅଙ୍କିତା ପଟ୍ଟନାୟକ ୯୩%,ସୁଶୀଳ କୁମାର ସାହୁ ୯୨%,ସ୍ଵପ୍ନାରାଣୀ ଧଳ ୯୨%,ପ୍ରୟାସ କୁମାର ସାହୁ ୮୯%, ପ୍ରତୀକ ଶତପଥୀ ୮୯% ରଖି ଶିକ୍ଷାନୁଷ୍ଠାନର ପଦ ମର୍ଯ୍ୟାଦାକୁ ଦ୍ଵିଗୁଣିତ କରିଛନ୍ତି ।
ଶିକ୍ଷାନୁଷ୍ଠାନରେ ୯୦% ଠାରୁ ଅଧିକ ନମ୍ବର ସହ ୯ ଜଣ ଛାତ୍ରଛାତ୍ରୀ,୮୦% ଠାରୁ ଅଧିକ ସହ ୫ ଜଣ ଏବଂ ୭୦% ଠାରୁ ଅଧିକ ସହ ୬ ଜଣ ଖୁବ୍ ଫଳାଫଳ ହାସଲ କରିଛନ୍ତି । ଉଲ୍ଲେଖନୀୟ ଫଳାଫଳ ଏପିଏସ କ୍ଲାସେସର ନିରନ୍ତର ପ୍ରୟାସ,ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପରିଶ୍ରମ,ନିଷ୍ଠା ଓ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟବସାୟ ପରିଣାମ ବୋଲି ମନେ କରାଯାଇଛି ।
