0099

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ, ସାମ୍ନାକୁ ଆସିଲା ଉଭୟଙ୍କ ଫଟୋ

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। ତେବେ ସେହି ବ୍ୟକ୍ତି ଜଣଙ୍କ ଗିରଫ ହୋଇଥିବା ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। ଉଭୟଙ୍କର ଏକ ଫଟୋ ସାମ୍ନାକୁ ଆସିବା ପରେ ତାହା ସ୍ପଷ୍ଟ ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଜ୍ୟୋତି ପହଲଗାଓଁ ଆକ୍ରମଣ ପୂର୍ବରୁ ସେଠାକୁ ଗସ୍ତ କରିଥିଲେ। ଏହା ପରେ ପରେ ସେ ପାକିସ୍ତାନ ଯାଇଥିଲେ। ପରେ ସେଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜ୍ୟୋତିଙ୍କ ପହଲଗାଓଁ ଏବଂ ପାକିସ୍ତାନ ଗସ୍ତର କ’ଣ ଲିଙ୍କ୍‌ ରହିଛି ତାହାର ଖୋଳତାଡ଼ କରୁଛନ୍ତି ତଦନ୍ତ ଅଧିକାରୀ।
ହରିୟାଣାର ହିସାର ଜିଲା ଏସପି ଶଶାଙ୍କ କୁମାର ସାଓ୍ବନ କହିଛନ୍ତି, ଆଧୁନିକ ଯୁଦ୍ଧ କେବଳ ସୀମାନ୍ତରେ ଲଢ଼ାଯାଏନି। ପାକିସ୍ତାନୀ ଗୁଇନ୍ଦା ଅଧିକାରୀମାନେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରମାନଙ୍କୁ ନିଯୁକ୍ତ କରୁଛନ୍ତି। ଗିରଫ ହୋଇଥିବା ଜ୍ୟୋତିଙ୍କୁ ସେମାନେ ନିଜ ସମ୍ବଳ ରୂପେ ବ୍ୟବହାର କରୁଥିଲେ। ସେ ବି ପାକ୍‌ ଗୁଇନ୍ଦା ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିଥିଲେ।

Leave a Reply

Your email address will not be published. Required fields are marked *