Sudarshan Patnaik

ଅଦିନିଆ ରଥଯାତ୍ରାକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ
Spread the love

ଅଦିନିଆ ରଥଯାତ୍ରକୁ ବିରୋଧ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଇସ୍କନ ପକ୍ଷରୁ ଯେଉଁଭଳି ଭାବେ ଅନ୍ୟ ଦିନରେ ରଥଯାତ୍ରା ଆୟୋଜନ କରାଯାଉଛି ତା’ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି। ଏହାକୁ କିପରି ବନ୍ଦ କରାଯିବ ସେଥିପାଇଁ ଗୁରୁତ୍ଵ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଏହା ସହିତ ଦୀଘାରେ ଜଗନ୍ନାଥ ଧାମ ନାମକୁ ପରିବର୍ତ୍ତନ ଦିଗରେ ସରକାର ଆଉ କିଛି ପଦକ୍ଷେପ ନିଅନ୍ତୁ ବୋଲି ସୁଦର୍ଶନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *