କଟକ : କଟକ ସଦର ୪୨ ମୌଜା ବରାଳ ଗ୍ରାମର ସାମାଜିକ ସଂଗଠନ ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୫ (ଷଷ୍ଠ ସଂସ୍କରଣ) କଳପଡ଼ା ମାନ୍ୟବର ପ୍ୟାଲେସରେ ଅନୁଷ୍ଠିତ ହୋଇ ସର୍ବମୋଟ ଜୁନିଅର ଗ୍ରୁପରେ ୩୭ ଜଣ ଓ ସିନିୟର୍ ଗ୍ରୁପରେ ୨୭ ଜଣ ପ୍ରତିଯୋଗୀନୀ ଅଂଶ ଗ୍ରହଣ କରିଥିଲେ । ସଙ୍ଘର ପ୍ରତିଷ୍ଠାତା ଗବେଷକ ଇଂ.ବିରଞ୍ଚି ନାରାୟଣ ଭୂୟାଁଙ୍କର ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଆଇନଜୀବୀ ସଞ୍ଜୀବ ବିଶ୍ଵାଳ,କବି ବାମଦେବ ସ୍ବାଇଁ, ସମାଜସେବୀ ସୁବାଷ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ମଞ୍ଜୁଳା ସାହୁ, ଶିକ୍ଷୟତ୍ରୀ ସରୋଜିନୀ ରଥ, ନାଟ୍ୟକାର ଆଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । ପୁରସ୍କାର ବିତରଣୀ ସଭାରେ ଉପଦେଷ୍ଟା ସମରେନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ପ୍ରଦୀପ୍ତ ବିଶ୍ଵାଳ, ଇଂ. ତୋଫାନ ଜେନା,ଅଧ୍ୟକ୍ଷ ବିଶ୍ୱଜିତ୍ ରାୟ, ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର୍ ମନୋଜ ନାୟକ, ବିଶିଷ୍ଟ କଳାକାର ବବି ଇସଲାମ,ରିଶୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରତିଯୋଗିତାରେ ସିନିୟର ଗ୍ରୁପର ୧ମ ସ୍ଥାନରେ ବିଦୁସ୍ମିତା ରାଉତ କିଶୋନନଗର ମହାବିଦ୍ୟାଳୟ,୨ୟ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦାସ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦଧିବାମନପୁର ଓ୩ ୟ ସ୍ଥାନରେ ଦେବି ଦେବଜାନୀ ପାଣି ଶ୍ରୀ ଜୟଦେବ ଜୟଦେବ ମହାବିଦ୍ୟାଳୟ ନଖରା ଅଧିକାର କରିଥିବା ବେଳେ ଜୁନିଅର ଗ୍ରୁପରେ ୧ମ ସ୍ଥାନରେ ଦୀପ୍ତି ରାଣୀ ସାହୁ ଆଦର୍ଶ ବିଦ୍ୟାଳୟ କଟକ,୨ୟ ସ୍ଥାନରେ ପ୍ରଲିପ୍ସା ରାଉତରାୟ ,କେଳିକଦମ୍ବ ଉଚ୍ଚ ବିଦ୍ୟାଳୟ ଯଶପଡା ଓ ସ୍ଵାତୀ ସ୍ୱାଗତିକା ଚୌଧୁରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୋତାପୋଖରୀ ୩ୟ ସ୍ଥାନ ଅଧିକାର କରିଥିଲେ । ସଙ୍ଘର ସମ୍ପାଦକ ଇଂ.ସୁରଜ୍ ବେହେରା,ସମ୍ପାଦିକା ସୁଶ୍ରୀ ପ୍ରଗତି ସ୍ବାଇଁ,ଆଞ୍ଚଲ ପରିଡ଼ା,ସିତୁଲ, ସୁଜାତା ପରିଡ଼ା,ପ୍ରଣତି ସ୍ବାଇଁ,ମଦନ ମୋହନ ରାଉତ,ଆଦିତ୍ୟ ଭୂୟାଁ,ଦୀପିକା ସାହୁ,ଦେବୀ ପ୍ରସାଦ ରାଉତରାୟ,ମେରି ପାଣି,ରୂପ ନାରାୟଣ ସ୍ବାଇଁ,ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ମାଟ୍ରିକ ଟପ୍ପର,କଲେଜ ଟପ୍ପର ଓ ବିଭିନ୍ନ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟ ପରିଚାଳକ ପରିବେଶବିତ୍ ସୂର୍ଯ୍ୟ ନାରାୟଣ ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
