କଟକ ସଦର : ମା ‘ କାଞ୍ଚନେଶ୍ୱରୀ, ପ୍ରଭୁ ନୀଳକଣ୍ଠେଶ୍ଵର ଆଧ୍ୟାତ୍ମିକ ଚେତନା ପରିଷଦ ଆନୁକୂଲ୍ୟରେ ଓଡ଼ିଶାର ଗଣପର୍ବ ରଜ ମହୋତ୍ସବର ଦ୍ବିତୀୟ ଦିବସରେ ତଅଁରପା ଶାସନ, ବିରିବାଟି ଠାରେ ପ୍ରଭୁ ଜଗନ୍ନାଥଙ୍କର ମାନବୀୟ ଲୀଳା ବିଷୟରେ ଓଡ଼ିଶାର ସୁନାମାଧନ୍ୟ ପ୍ରବଚକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମକୁ ପୂଜ୍ୟ ସନ୍ଥ ବାବାଜୀ ବିଶ୍ୱନାଥ ଦାସ ମହାରାଜ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ | ମା ‘ ତାରିଣୀ ମନ୍ଦିର, ବିରିବାଟିର ପୂଜକ ପଣ୍ଡିତ ଦେବାଶିଷ ଆଚାର୍ଯ୍ୟ (ବାପି ନନା ) ଜଗନ୍ନାଥଷ୍ଟକ ଗାନ କରିଥିଲେ | ତା ‘ପରେ କୁନି ପିଲାମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ପରିଷଦର ବରିଷ୍ଠ ସଭ୍ୟମାନେ ଅତିଥିମାନଙ୍କୁ ଉତ୍ତରୀୟ ଓ ବ୍ୟାଚ ପିନ୍ଧାଇଥିଲେ | ଆମ ଅଂଚଳର ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ଅଜୟ ଖଟୁଆ ମହୋଦୟ ପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ | ମୁଖ୍ୟବକ୍ତା ଡ଼ଃ ନିରଞ୍ଜନ ସାହୁ ମହୋଦୟ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଷୟରେ କହିଥିଲେ| ଅନ୍ୟତମ ମୁଖ୍ୟ ଅତିଥି ରାଜ୍ୟ କଳକୀସେନାର ଅଧକ୍ଷ ଡ଼ଃ ଜ୍ଞାନଗୁରୁ ଦାସ ମହାରାଜ କଳିଯୁଗରେ କଳକୀଙ୍କ ଆବିର୍ଭାବ ବିଷୟରେ ଉପସ୍ଥିତ ଭକ୍ତମାନଙ୍କୁ ଗୀତ ମାଧ୍ୟମରେ ଶୁଣାଇଥିଲେ l ଅନ୍ୟତମ ସମ୍ମାନୀୟ ଅତିଥି ବାବାଜୀ ନୀଳାଚଳ ଦାସ ମହାରାଜ ଆଧ୍ୟାତ୍ମିକର ଦର୍ଶନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଡ଼ଃ ସୁବାସ ଚନ୍ଦ୍ର ବିଶ୍ୱାଳ ଜଗନ୍ନାଥଙ୍କ ପ୍ରତକ୍ଷ ନିଜର ଅନୁଭୁତି ଭକ୍ତମାନଙ୍କୁ ଶୁଣାଇଥିଲେ | ଆମ ଗ୍ରାମର ଅନ୍ୟତମ ଅତିଥି ଡ଼ଃ କମଳାକାନ୍ତ ନାୟକ ଉପସ୍ଥିତ ଭକ୍ତମାନଙ୍କୁ ରଜ ମହୋତ୍ସବର ଭଳି କାର୍ଯ୍ୟକ୍ରମ ଏକ ନିଆରାବୋଲି କହିଥିଲେ | ଅନ୍ୟତମ ବକ୍ତା ସଞ୍ଜୟ ସାମନ୍ତରାୟ ରଜରେ ଏହି ଗ୍ରାମର ପିଲାମାନେ ଦୋଳି ନ ଖେଳି ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିଥିବାରୁ ଧନ୍ୟବାଦ ଦେଇଥିଲେ | ଅନୁଷ୍ଠାନର ସମ୍ପାଦିକା ପ୍ରଜ୍ଞା ଷଡ଼ଙ୍ଗୀ ବିବରଣୀ ପାଠ କରିଥିଲେ | ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭା ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ସୋନାଲି ପତି, ମନୀଷା ପତି, ଲିସୁ, ବୁଢିଆ, ମୁନା, ବାଣୀ, ଝୁନି, ସୀମା, ରଞ୍ଜୁ ଓ ଗ୍ରାମର ସମସ୍ତ ମା ମାଉସୀମାନେ ପରିଚାଳନା କରିଥିଲେ | ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଅଧିକାରୀ ପ୍ୟାରୀମୋହନ ମହାନ୍ତି, ସୁଗାୟାକ ଦେବ ପତି (ଜିତୁ ଭାଇ ), କମଳାକାନ୍ତ ଲେଙ୍କା, ବିଭୁତିଭୂଷଣ ପାତ୍ର, ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ସର୍ବାଶେଷରେ ବାବା ବିଶ୍ୱନାଥ ମହାରାଜଙ୍କଙ୍କ ଦ୍ୱାରା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସମ୍ବର୍ଦ୍ଧିତ ହୋଇଥିଲେ | ଶାନ୍ତନୁ, ରଞ୍ଜନ ପତି, ତତଲ, ମନୋଜ ପତି, ସର୍ବେଶ୍ୱର ମିଶ୍ର, ପ୍ରମୋଦ ଷଡ଼ଙ୍ଗୀ, ଶିଲନ ପତି, ଖୁସି, ଶ୍ରଦ୍ଧାଞ୍ଜଳି ପତି, ଦୀପକ ପତି, ଗାୟତ୍ରୀ ଷଡ଼ଙ୍ଗୀ ସହ ଗ୍ରାମର ସମସ୍ତ ଯୁବକମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ କଟକ ଜିଲ୍ଲା କୋର୍ଟରୁ ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ତଥା ଆଧ୍ୟାତ୍ମିକବାଦୀ ଓ ସମାଜ ସେବୀ ନିବାସ ଚନ୍ଦ୍ର ମିଶ୍ର ସମସ୍ତ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ l
