97e9c3da F6c6 4f8c 9da9 D41cf3bc02f0

ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘର ଏକାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ରାଜ୍ୟ
Spread the love

କଟକ :  ଆଜି ମୋନାଲିସା ପାଲେସରେ ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ବସନ୍ତ କୁମାର ସେଠୀଙ୍କ ପୌରାହିତ୍ୟରେ ଏକାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି | ଏହି ଉତ୍ସବରେ କଟକ ସିଟି ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ଯୋଗେଶ୍ୱର ପାଣି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶାରୀରିକ, ମାନସିକ ଏବଂ ଆତ୍ମିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ | ପତଞ୍ଜଳି ଅନୁଷ୍ଠାନର ମୁଖ୍ୟ ଯୋଗ ପ୍ରଶିକ୍ଷକ ଶ୍ରୀ ସୁନୀଲ କୁମାର ଶର୍ମା ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗର ଉପଯୋଗୀତା ଉପରେ ଆଲୋକପାତ କରିବା ସହ ଯୋଗ ଶିକ୍ଷା ପ୍ରଦାନ କରିଥିଲେ | ପତଞ୍ଜଳି ଯୋଗ ଗ୍ରୁପର ପ୍ରଶିକ୍ଷକ ମାନେ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ |
ସଂଘର ମୁଖ୍ୟ ପରାମର୍ଶଦାତା ଶ୍ରୀ ବୀରେନ୍ଦ୍ର କୁମାର ସାହୁ, ପରାମର୍ଶ ଦାତା ଡକ୍ଟର ସିଦ୍ଧାର୍ଥ ସାହୁ ଏବଂ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ମାର୍ଗଦର୍ଶନରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସଂଘର ଉପସଭାପତି ଶ୍ରୀ ନିବାସ ଚନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ, ଶ୍ରୀ ବିକ୍ରମ କୁମାର ଲେଙ୍କା, ଅଭୟ କୁମାର ସେଠି, ଶ୍ରୀ ଜ୍ୟୋତି ଭୂଷଣ ଦାସ,ଶ୍ରୀ ବସନ୍ତ କୁମାର ଷଢଙ୍ଗୀ ଓ ଅନ୍ୟ କର୍ମକର୍ତ୍ତା ମାନେ ପରିଚାଳନାରେ ସହାୟତା କରିଥିଲେ | ଉକ୍ତ ସମାରୋହରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରୀ କାଶୀନାଥ ମଳିକ, ସନ୍ତୋଷ ମହାନ୍ତି, ମିଳନ ବଡୁ,ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ, ଆଶିଷ କୁମାର ପତି,ମୁରଲୀଧର ଶତପଥି, ଡକ୍ଟର ଜ୍ଞାନଗୁରୁ ଦାସ,ସମାଜସେବୀ ବିଶ୍ୱଜିତ ସୂର୍ଯ୍ୟବଂଶୀ, କ୍ଷୀରୋଦ କୁମାର ସାହୁ,ସବିତା ଦାସ, ନାରାୟଣ ସାହୁ,ପୁଷ୍ପିତା ମହାପାତ୍ର, ମନୋଜ ଶର୍ମା, କଳ୍ପନା ବେହେରା, ସରସ୍ବତୀ ବେହେରା( ବେବି), ନମିତା ମହାନ୍ତି ପ୍ରମୁଖ ଯୋଗଦେଇ ସଂଘର ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକଳାପର ଉଚ୍ଚ ପ୍ରଶଂସା କରିଥିଲେ | ସଙ୍ଘର କାର୍ଯ୍ୟକାରୀ ସଭାପତି ଶ୍ରୀ ସୋମନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *