ରଥଖଳା: ଆରମ୍ଭ ହେଲା ଈଷ ପ୍ରସ୍ତୁତି

ରାଜ୍ୟ
Spread the love

ପୁରୀ: ରଥ ନିର୍ମାଣ କାର୍ଯ୍ୟ ୫୮ ଦିନରେ ପହଞ୍ଚିଛି। ଆଜି ସକାଳ ୮ଟାରୁ ରଥ ନିର୍ମାଣକାରୀ ସେବକମାନେ ପହଞ୍ଚିଥିଲେ ହେଁ ବିବାଦ ଯୋଗୁଁ ୪ ଘଣ୍ଟା କାମ ବନ୍ଦ ରହିଥିଲା। ଦିନ ପ୍ରାୟ ୧୨ଟା ପରେ କାମ ଆରମ୍ଭ ହୋଇଥିଲା। ଆଜି ରଥର ଈଷ କାମ ଆରମ୍ଭ ହୋଇଥିଲା। ରଥରେ ଏହି ଈଷ କାଠ ସଂଯୋଗ କରାଯାଇ ଘୋଡ଼ା ଯୋଖାଯାଏ। କାଠଗୁଡ଼ିକୁ ଆବଶ୍ୟକ ସାଇଜ ଅନୁସାରେ ଚଉପଟ କରିବା ପରେ ମହାରଣା ସେବକମାନେ ଈଷ ତିଆରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଦ୍ବିତୀୟ ଭୂଇଁ ଉଭୟ ପାର୍ଶ୍ବରେ ଅନ୍ଧାରି ତାଗ ବାଡ଼ିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରି ତାଗ ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ତିନି ରଥରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି। ପଛ ଆଣି ଢମକ ପଛ ନାହାକାକୁ ଲଗାଇ ପକାଯିବା ସହ କଣ୍ଟା ବାଡ଼ିଆ କାର୍ଯ୍ୟ ସରିଛି।
ଏହି ଆଗ ଓ ପଛ ଢମକ ଉପରେ ୫ଟି ଜଗତ ପୃଷ୍ଠ ସେଣି ପଡ଼ିବା ପରେ ବେଦୀ ସିଂହାସନ ନିର୍ମାଣ କରାଯିବ। ରୂପକାର ସେବକମାନେ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି କରିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ରଥର ଗୋଡ଼ି ଛାଲ, ପୋଟଳ ବାଗିଆ କଣ୍ଟା ନିର୍ମାଣ ଶେଷ କରି ପାଦି କଣ୍ଟା, ଚାନ୍ଦି କ୍ଲାମ୍ପ କଣ୍ଟା ନିର୍ମାଣ କରୁଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଗୋଡ଼ି ଛାଲ, ପୋଟଳ ବାଗିଆ କଣ୍ଟା ନିର୍ମାଣ ଶେଷ କରି ତିନିରଥର ପାଦି କଣ୍ଟା ସହ ଚାନ୍ଦି କ୍ଲାମ୍ପ କଣ୍ଟା ନିର୍ମାଣ କରୁଛନ୍ତି। ଚିତ୍ରକାର ସେବକମାନେ ରଥ ପାର୍ଶ୍ୱ ଦେବ ଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ଚକ, ଗୁଜ, ପଟାଗୁଜ ଇତ୍ୟାଦିରେ ଧଳା ପ୍ରାଇମର୍ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ପାହି ମହାରଣାମାନେ ସେବା ପୂଜା ପାଇଁ ଠାକୁରଙ୍କ ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ ଇତ୍ୟାଦି କାଠ ସରଞ୍ଜାମ ତିଆରି କରୁଛନ୍ତି।

Leave a Reply

Your email address will not be published. Required fields are marked *