ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମ ପଞ୍ଚାୟତ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଏକ ସମାବେଶ ସ୍ଥାନୀୟ ରାମଚଣ୍ଡୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ପ୍ରକାଶ ଚନ୍ଦ୍ର ସିଂ, ମନୋଜ ଦାସ, ରଜନୀ କାନ୍ତ ରାଉଳ, ସର୍ବେଶ୍ଵର ଭଟ୍ଟ, ଦୁର୍ଗା ଦତ୍ତ ମହାନ୍ତି, ବରଦା ପ୍ରସାଦ ସାହୁ, ପ୍ରଦୀପ୍ତ ବେହେରା, ତାପସ ମଲ୍ଲିକ, ଦେବ ପ୍ରସାଦ ରାଉଳ, ଦିଲୀପ ମହାନ୍ତି, ଲଳିତ ମହାନ୍ତି, ଗୀତାରାଣୀ ରାଉଳ, ସୋମନାଥ ଭୋଇ, ବିଜୟ ସାମଲ, ବଳରାମ ଦାସ, ଜଟାଧାରୀ ଭୋଇ, ସଚ୍ଚିଦାନନ୍ଦ ସ୍ବାଇଁ, ପିନାକୀ ସ୍ବାଇଁ, ମନୋଜ ନାୟକ, ଶୁକଦେବ ସାହୁ ପ୍ରମୁଖ ଯୋଗଦେଇଥିଲେ | ଏହି ସମାବେଶରେ ପଞ୍ଚାୟତ ରେ ବିଜେପି ସଂଗଠନ କୁ ଆହୁରି ସଦୃଢ଼ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା କୁ ତୃଣମୂଳ ସ୍ତରରେ ହିତାଧିକାରୀ ଙ୍କ ନିକଟରେ ପହଞ୍ଚି ପାରିବ ସେ ବିଷୟ ରେ ଗୁରୁତ୍ୱାରୋପ କରା ଯାଇଥିଲା |
