ଜଗତସିଂହପୁର/ଝଙ୍କଡ଼ : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ର ନିରବଚ୍ଛିନ୍ନ ସାରସ୍ୱତ ସାଧକ ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜା ଙ୍କ ଦ୍ଵାରା ପ୍ରତିଷ୍ଠିତ ଝଙ୍କଡ଼ ସାହିତ୍ୟ ସଂସଦ ର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ମାନେ ଆଦିକବି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ଭାଙ୍ଗିବା ଘଟଣାରେ ମର୍ମାହତ ହୋଇ ଉଦବେଗ ପ୍ରକାଶ କରିଛନ୍ତି । ସଂସଦର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଛନ୍ତି ଯେ ଏଭଳି ନିନ୍ଦନୀୟ ଘଟଣା, ଭବିଷ୍ୟତରେ ଆଉ କେବେ ବି ପୁନରାବୃତ୍ତି ନହେଉ । ବିଶେଷ କରି ମର୍ଯ୍ୟାଦାଜନକ ଭାବେ, ପୁରାତନ ନିର୍ମାଣଶୈଳୀ ରେ ଯଥାଶୀଘ୍ର ନିର୍ମାଣ କରାନଗଲେ, ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାର ସମସ୍ତ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ଆନ୍ଦୋଳନ କରାଯିବ। ତାଙ୍କ ସହିତ ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ କବି ଗୋଲକ ବିହାରୀ ପଳାଇ, ଉପସଭାପତି ତଥା ସେବା ନିବୃତ ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ମହାନ୍ତି ଓ ଡଃ ବିଷ୍ଣୁପ୍ରିୟା ଦାସ, ସହସଂପାଦିକା ସବିତା ନାୟକ, ସଙ୍ଗଠନ ସମ୍ପାଦକ ପଣ୍ତିତ ବାସବ ନନ୍ଦ , କୋଷାଧ୍ୟକ୍ଷ ଝୁଲାରାମ ଦାସ ଙ୍କ ସମେତ ଉପଦେଷ୍ଟା ଶିକ୍ଷକନେତା ଅକ୍ଷୟ ଦାସ, ନାରାୟଣ ନାୟକ, ଦିଗମ୍ବର ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ମନମୋହନ କାନୁନଗୋ ଓ ଅଞ୍ଜନା ମହାନ୍ତି, ବାସୁଦେବ ପଟ୍ଟନାୟକ , ପ୍ରଭାତ ପରିଜା, ରାଧାମୋହନ ପରିଜା, ଆଶିଷ ପରିଜା , ପଦ୍ମାବତୀ ମିଶ୍ର, ପାୟଲ ମଣ୍ଡଳ , ହେମନ୍ତ ନାୟକ ଡଃ ଆରତୀ ତ୍ରିପାଠୀ, ମାନସୀ ପ୍ରଭା ସ୍ୱାଇଁ , ଗୋଲାପରାଣୀ ସାହୁ, ଆରତୀ ଦାଶ, ରଞ୍ଜିତା ସାହୁ, ଡଃ ସୁରେଶ ପ୍ରଧାନ, ରୁନିବାଲା ମଲ୍ଲିକ,ନିତ୍ୟାନନ୍ଦ ନାୟକ, ସରୋଜିନୀ ମିଶ୍ର, ନିରୁପମା ପାଣି, ଅଶୋକ ଲେଙ୍କା ରମାକାନ୍ତ ଦାସ ଓ ଜ୍ୟୋତିରଞ୍ଜନ ପରିଡ଼ା ପ୍ରମୁଖ ସଦସ୍ୟ ସଦସ୍ୟା ମାନେ ଏହି ମନୁଷ୍ୟକୃତ୍ ଅଘଟଣ କୁ ତୀବ୍ର ନିନ୍ଦା କରିଅଛନ୍ତି।
