କ୍ଷିତିଜ୍ୟୋତି ଆଶ୍ରମରେ ନବଦିନାତ୍ମକ ବେଦପାଠ ଓ ନାମଯଜ୍ଞ: ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ

ରାଜ୍ୟ
Spread the love

ମାହାଙ୍ଗା: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗା (ବଗାର) ସ୍ଥିତ ବାବା କେଶବାନନ୍ଦ ମହାରାଜଙ୍କ କ୍ଷିତିଜ୍ୟୋତି ଆଶ୍ରମରେ ନଅ ଦିନ ବ୍ୟାପୀ ବେଦପାଠ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏହି ପବିତ୍ର ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁ ଯୋଗଦେଇ ବାବା କେଶବାନନ୍ଦ ମହାରାଜଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଆଶ୍ରମର ସମ୍ପାଦକ ଶ୍ରୀଯୁକ୍ତ ସୁରେଶ କୁମାର ଜେନା, ରାହାଣିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ଜେନାଙ୍କ ସମେତ ଆଶ୍ରମର ସମସ୍ତ ସଭ୍ୟସଭ୍ୟା ଓ କର୍ମକର୍ତ୍ତାମାନେ ଶ୍ରୀଯୁକ୍ତ ସାହୁଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ଆତିଥ୍ୟ ପ୍ରଦାନ କରିଥିଲେ। ଏଥିପାଇଁ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସାହୁଙ୍କ ସହିତ ଚୈତନ୍ୟ ଚରଣ ପାଣି, ଦେବେନ୍ଦ୍ର କୁମାର ପରିଡ଼ା, କରୁଣାକର ଖଟୁଆ, ସୋମନାଥ ଜେନା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅନୁସୂଚିତ ଜାତି ବିଭାଗର ସାଧାରଣ ସମ୍ପାଦକ ଉତ୍ତମ କୁମାର ବେହେରା, ଅଶୋକ କୁମାର ସିଂହ, ଜୟନ୍ତ କୁମାର ସାହୁ, ସୁରେନ୍ଦ୍ର କୁମାର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *