Ongnpimrdlafuio9dtjb

ଇ-ପରୀକ୍ଷାରେ ବିପିୟୁଟିର ରେକର୍ଡ: ୭ ଦିନରେ ଫଳାଫଳ ଘୋଷଣା

ରାଜ୍ୟ
Share

ରାଉରକେଲା: ଇ-ପରୀକ୍ଷାରେ ରେକର୍ଡ କରିଛି ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ (ବିପିୟୁଟି)। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଇ-ପରୀକ୍ଷାରେ ଏହା ସବୁଠୁ ଆଗରେ ରହିଛି। ପରୀକ୍ଷା ଶେଷ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫଳାଫଳ ଘୋଷଣା ସହ ୱେବ୍‌ସାଇଟ୍‌ରେ ପ୍ରୋଭିଜ୍‌ନାଲ ସାର୍ଟିଫିକେଟ୍‌ ଉପଲବ୍ଧ ହୋଇଛି। ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ କହିଛନ୍ତି, ବିଶ୍ବବିଦ୍ୟାଳୟ ଇ-ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଯେଉଁଥିରେ ପ୍ରଶ୍ନପତ୍ର ଇ-ଟ୍ରାନ୍ସମିଟ୍‌ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବସ୍ଥିତ ୫୨ଟି କେନ୍ଦ୍ରରେ ଉତ୍ତରପତ୍ରଗୁଡ଼ିକୁ ସ୍କାନ୍‌ କରିବା ପରେ ଇ-ମୂଲ୍ୟାୟନ ପାଇଁ ଅପ୍‌ଲୋଡ୍‌ କରାଯାଇଥାଏ। ଏଥିସହ ଛାତ୍ରଛାତ୍ରୀମାନେ ଫଳାଫଳ ପ୍ରକାଶନର ତିନିଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ ଇ-ଲଗ୍‌ଇନ୍‌ରୁ ସେମାନଙ୍କର ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଓ ଗ୍ରେଡ୍‌-ସିଟ୍‌ ଡାଉନ୍‌ଲୋଡ୍‌ କରିପାରୁଛନ୍ତି।
ପୂର୍ବରୁ ସମସ୍ତ ବିଷୟ ପରୀକ୍ଷା ସରିବା ପରେ ଉତ୍ତରପତ୍ରଗୁଡ଼ିକୁ ମୂଲ୍ୟାୟନ ପାଇଁ ବିପିୟୁଟିକୁ ଆଣି ଏକାଠି କରାଯାଉଥିଲା। ଏହି ପ୍ରକ୍ରିୟା ସାରିବାକୁ ଅତିକମ୍‌ରେ ୩୫ ଦିନ ଲାଗୁଥିଲା। ମାତ୍ର ଇ-ପରୀକ୍ଷା ବ୍ୟବସ୍ଥା ଅଧୀନରେ ବିଷୟର ଉତ୍ତରପତ୍ରକୁ କୋଡ଼ିଂ, ସ୍କାନିଂ ଓ କ୍ଲାଉଡ୍‌ ଷ୍ଟୋରେଜ୍‌ରେ ତୁରନ୍ତ ଅପ୍‌ଲୋଡ୍‌ କରାଯାଏ। ସମ୍ପୃକ୍ତ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ସମାପ୍ତିକୁ ଅପେକ୍ଷା ନକରି ଉତ୍ତରଖାତାର ମୂଲ୍ୟାଙ୍କନ ତୁରନ୍ତ ଆରମ୍ଭ କରାଯାଇଥାଏ।‌ ଏହି ବ୍ୟବସ୍ଥା ଦ୍ବାରା ବିପିୟୁଟି ଅଧୀନରେ ବିଭିନ୍ନ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ବହୁଦିନର ସମସ୍ୟା ଦୂର ହୋଇଛି। ବିପିୟୁଟି ଅଧୀନରେ ରାଜ୍ୟର ମୋଟ ୧୩୫ଟି ଇଞ୍ଜିନିୟରିଂ କଲେଜ ରହିଥିବାବେଳେ ପ୍ରାୟ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିପିୟୁଟିର ଏହି ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ବାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *