ମାହାଙ୍ଗା: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଳିତଗିରି ଗ୍ରାମପଞ୍ଚାୟତର ଲଳିତଗିରି ଗ୍ରାମ ନିବାସୀ ତଥା ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସ୍ୱର୍ଗତ ଧ୍ରୁବ ମହାରଣାଙ୍କ ଜ୍ୟେଷ୍ଠ ପୁତ୍ର ନିରଞ୍ଜନ ମହାରଣାଙ୍କ ପରଲୋକ ଘଟିଛି।
ତାଙ୍କ ଦେହାନ୍ତ ଖବର ପାଇ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁ ଶୋକସନ୍ତପ୍ତ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେ ସ୍ୱର୍ଗତଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହି ଅବସରରେ ଶ୍ରୀଯୁକ୍ତ ସାହୁଙ୍କ ସହିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଭୂୟାଁ, ୪୧ ନମ୍ବର ଜୋନ୍ର ପୂର୍ବତନ ସଭାପତି ଦେବେନ୍ଦ୍ର କୁମାର ପରିଡ଼ା, ଧୀରେନ୍ଦ୍ର କୁମାର ମହାରଣା, ସରୋଜ କୁମାର ବିଶ୍ୱାଳ, ପ୍ରତାପ କୁମାର ମହାରଣା, ଦାଶରଥି ସାହୁ, ପ୍ରଭାତ ମହାରଣା, ଅରକ୍ଷିତ ବାରିକ, ଗୋପାଳ ବିଶ୍ୱାଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
