Bef763b6 Ca9a 45d4 A632 C53152e932df

ସାରଳା ଦାସଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତିକୁ ଅଧିକ ଆକର୍ଷଣୀୟ କରାଯିବ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ଦୀର୍ଘଦିନ ଧରି ସାରଳା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଦୋଳ ମଣ୍ଡପ ଓ ହନୁମାନଜୀଉଙ୍କ ମନ୍ଦିରର ସ୍ଥାନାନ୍ତକରଣ ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କର ଦାବୀ ହେବା ପରେ, ଦୋଳ ମଣ୍ଡପ କୁ ଭାଙ୍ଗିବା ସମୟରେ ଏହାର ପାର୍ଶ୍ୱରେ ଥିବା ସାରଳା ଦାସଙ୍କ ସ୍ମୃତିସ୍ତମ୍ଭ ଉପରେ ଅଜାଡି ହୋଇ ପଡିଵାରୁ ସ୍ତମ୍ଭ ଟି ଭାଙ୍ଗି ଯାଇଥିଲା ।  ତେବେ ଏହାର ପୁନଃ ନିର୍ମାଣ ପାଇଁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗତ ବୁଧବାର ସନ୍ଧ୍ୟାରେ ଠିକାଦାର ସଂସ୍ଥା ର ପ୍ରୋଜେକ୍ଟ ମ୍ୟାନେଜର ବିରଞ୍ଚି ନାରାୟଣ ଜେନା ମାଆଙ୍କ ପଣ୍ଡା ସେବକ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ଆମ ପ୍ରତିନିଧି ଙ୍କ ସମ୍ମୁଖରେ ମୁହଁ ଖୋଲିଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ, ଦୋଳ ମଣ୍ଡପ, ହନୁମାନ ମନ୍ଦିର ଓ ସାରଳା ଦାସଙ୍କ ସ୍ମୃତିସ୍ତମ୍ଭ ସହିତ ପ୍ରତିମୂର୍ତ୍ତି କୁ ମାତ୍ର ୧୫ ଦିନ ମଧ୍ୟରେ ସ୍ଥାନାନ୍ତରୀ କରଣ କରାଯିବ  | ପଥର ର କାରୁକାର୍ଯ୍ୟ ସହିତ ଅତି ସୁନ୍ଦର ଓ ଆକର୍ଷଣୀୟ ଭାବରେ ନିର୍ମାଣ କରାଯିବ। ମାତ୍ର ସ୍ଥାନ ନିରୂପଣ କରିବା ନିମନ୍ତେ ସେ ସାରଳା ମନ୍ଦିରର ପ୍ରସାଶନିକ ଅଧିକାରୀ, ସେବାୟତ ମାନଙ୍କୁ ଜଣାଇଛନ୍ତି। ସ୍ଥାନ ନିରୂପଣ କରାଯିବାର ଅଳ୍ପଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷ କରି ସିଂହଦ୍ଵାର ସମ୍ମୁଖରେ ଥିବା ହାତୀ ଉପରେ ସିଂହ ମୂର୍ତ୍ତି ପୁର୍ବରୁ ସିମେଣ୍ଟ ରେ ନିର୍ମିତ ହେଇଥିବା ବେଳେ ଆମେ ତାହାକୁ ମଧ୍ୟ ପଥର ରେ ନିର୍ମାଣ କରିସାରିଛୁ। ଯାହାକି ମାଆଙ୍କ ସିଂହଦ୍ଵାର ର ଶୋଭାବର୍ଦ୍ଧନ କରିବ। ତେବେ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ଜେନା ଙ୍କ ଠାରୁ ଏହି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।ଏ ସମ୍ପର୍କରେ ଆମ ପ୍ରତିନିଧି ଜଗତସିଂହପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଜେନା ଙ୍କୁ ପଚାରିବାରୁ ସେ କହିଲେ ଯେ, ଆଜି ଠିକାଦାର ସଂସ୍ଥା ର ପ୍ରୋଜେକ୍ଟ ମ୍ୟାନେଜର ମୋତେ ଭେଟିଥିଲେ ଓ କେଉଁ ସ୍ଥାନକୁ ଦୋଳ ମଣ୍ଡପ, ହନୁମାନ ମନ୍ଦିର, ସ୍ମୁତିସ୍ତମ୍ଭ ସ୍ଥନାନ୍ତ କାରଣ ହେବ, ତାହା ନିରୂପଣ କରିବା ପାଇଁ କହିଥିଲେ। ଆସନ୍ତା ୭ ତାରିଖ ଦିନ ସମସ୍ତ ସେବାୟତ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମତାମତ କୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ପ୍ରୋଜେକ୍ଟ ମ୍ୟାନେଜର ଙ୍କୁ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *