9a86b54c Ea3f 4ba1 95c7 81421f9d37e1

ବ୍ରଦରସ କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳିତ

ରାଜ୍ୟ
Spread the love

ବୟାଳିଶମୌଜା  :  ୪୨ ମୌଜା ଶ୍ରୀରାମର କାଠଯୋଡି ନଦୀ କୂଳ ସ୍ଥିତ “ବଂଶୀଧର ସ୍ମୃତି ଉଦ୍ୟାନ” ନିକଟରେ ବ୍ରଦରସ୍ କ୍ଲବ ପକ୍ଷରୁ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗ ଦେଇଥିବା ନିମନ୍ତ୍ରିତ ଅତିଥି ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ସମାଜସେବୀ କଟକ ପ୍ରେମୀ ରବୀନ୍ଦ୍ର ସାହୁ, ସାମ୍ୱାଦିକ ଦୀପକ କୁମାର ଆଚାର୍ଯ୍ୟ ଓ ବସନ୍ତ କୁମାର ପଣ୍ଡାଙ୍କୁ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବନ ମହୋତ୍ସବର ଉଦ୍ଦେଶ୍ୟ ଓ ମହତ୍ତ୍ଵ ବିଷୟରେ ଅତିଥିମାନେ ବକ୍ତବ୍ୟ ଦେବା ସହିତ ଉପସ୍ଥିତ ସଦସ୍ୟ ମାନଙ୍କ ସହିତ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରଦରସ କ୍ଲବର ପ୍ରତିଷ୍ଠାତା ଅନିକେତ ବିଶ୍ଵାଳ, ସମ୍ପାଦକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଆୟୋଜକ ଅନୁରାଗ ମହାପାତ୍ର, ସଭ୍ୟ ସନ୍ଦୀପ ପଟ୍ଟନାୟକ ଓ ଚନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *