8df09598 Ad20 4e10 A84a 32d9d5780b1b

ସ୍ଥାନ ନିରୂପଣ ପରଦିନ ଶୁଭାରମ୍ଭ ହେଲା, ଝଙ୍କଡ଼ ସାରଳାଙ୍କ ଦୋଳମଣ୍ଡପ ନିର୍ମାଣ କାର୍ଯ୍ୟ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ : ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ରେ ଚାଲିଥିବା ସାରଳା ପୀଠ ର ନବୀକରଣ କାର୍ଯ୍ୟ ପାଇଁ , ମାଆଙ୍କ ସିଂହଦ୍ଵାର କୁ ବେଢ଼ାର ଆଗକୁ ବଢ଼ାଇ ଦିଆଯାଇଥିଲା। ଯାହାଫଳରେ ଏହାର ସମ୍ମୁଖ ଭାଗରେ ଦୋଳ ମଣ୍ଡପ ଓ ହନୁମାନ ଜୀଉ ଙ୍କ ମନ୍ଦିର ଥିବାରୁ, ମଝିସ୍ଥାନ ଟି ଶଙ୍କୁଚିତ ହୋଇଯାଇଥିଲା। ତେଣୁ ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ ବାଧା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଯାତ୍ରୀ ମାନଙ୍କ ଦର୍ଶନ କ୍ଷେତ୍ରରେ ବାଧା ଉପୁଜୁଥିଲା ।

ଏହାର ସ୍ଥାୟୀ ନିରାକରଣ ପାଇଁ ମାଆଙ୍କ ସେବାୟତ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ଦୋଳ ମଣ୍ଡପ ଓ ହନୁମାନ ମନ୍ଦିର ସ୍ଥାନାନ୍ତ କରଣ ନିମନ୍ତେ ଦାବୀ କରି ଆସୁଥିଲେ। ତେବେ ଏଥିନିମନ୍ତେ ଗତ ୭ତାରିଖ ସୋମବାର ଦିନ, ମନ୍ଦିର ପ୍ରଶାସନ ତରଫରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇ, ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସୁଖର କଥା ପରଦିନ ସକାଳବେଳା ଠିକାଦାର ସଂସ୍ଥା ର ପ୍ରୋଜେକ୍ଟ ମ୍ୟାନେଜର ବିରଞ୍ଚି ନାରାୟଣ ଜେନା ମାଆଙ୍କ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଆଣି, ଦୋଳ ମଣ୍ଡପ ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ କରିଥିବାରୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏଥି ସହିତ,କନକପୁର ବଜାର ପଡ଼ିଆ ମଧ୍ଯ ଭାଗରେ ଥିବା, ବଳଭଦ୍ର ଦେବ ଙ୍କ ସ୍ମୁତିମନ୍ଦିର, ସ୍ଥାନାନ୍ତର ହେବା ପରେ ସେହି ସ୍ଥାନରେ ମର୍ଯ୍ୟାଦାଜନକ ଭାବେ, ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ଓ ଆକର୍ଷଣୀୟ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରକଳ୍ପ ପରିଚାଳକ ଶ୍ରୀ ଜେନା ସୂଚନା ପ୍ରଦାନ କରିଅଛନ୍ତି।

Leave a Reply

Your email address will not be published. Required fields are marked *