କଟକ : କଟକ ସଦର ୪୨ ମୌଜା କଳପଡ଼ା ଗ୍ରାମପଞ୍ଚାୟତସ୍ଥ ଦେଉଳି ଗ୍ରାମର ସମାଜସେବୀ,ଉଦାର ହୃଦୟର ବ୍ୟକ୍ତି ରବିନ୍ଦ୍ର ନାଥ ପତି(୮୫) ଇହଲୀନ ଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ପରୋପକାରୀ, ସମାଜସେବୀ ଭାବେ ୪୨ ମୌଜା କାହିଁକି କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କର ଏକମାତ୍ର ପୁତ୍ର ସନ୍ତୋଷ କୁମାର ପତି ୪୨ ମୌଜା ବିକାଶ ପରିଷଦର ସଂପାଦକ ଭାବେ କାର୍ଯ୍ୟ କରିବା ସହିତ ବହୁ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି ।
ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସହଧର୍ମିଣୀ ମନୋରମା ପତି,ପୁତ୍ରବଧୂ ସାହିତ୍ୟିକା ରଶ୍ମିତା ଦୀକ୍ଷିତ୍,ନାତି କୁମାର ସାନୁ ପତି, ନାତୁଣୀ ତୃପ୍ତିମୟୀ ପତି,କ୍ୱାଇଁ ସୁଧୂର କୁମାର କର,ବଡ଼ ଜ୍ବାଇଁ ନବକିଶୋର ଦେବତା,ଝିଅ ସୁଚିତ୍ରା ଦେବତା ଓ ବିଚିତ୍ରା କର,ନାତୁଣୀ ବୋହୂ ବୈଜୟନ୍ତୀବାଳା ପତି ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ଭାବେ ସେ ସମସ୍ତଙ୍କର ପ୍ରଶଂସିତ ଥିଲେ । ପରିବାରର ସମସ୍ତ ସଦସ୍ୟ, କୁଟୁମ୍ବ ଭାଇ,ଭ୍ରାତୃ ବଧୂ ପୁତୁରା ଝିଆରୀ,ନାତି ନାତୁଣୀ ଓ ଗ୍ରାମବାସୀ ମାନଙ୍କ ଗହଣରେ ଗ୍ରାମ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ପୁତ୍ର ସାହିତ୍ୟିକ ସନ୍ତୋଷ କୁମାର ପତି ମୁଖାଗ୍ନି ଦେଇଥିଲେ ।
